ଆସାମରେ ବନ୍ୟା ବିତ୍ପାତ: ୨୯ଲକ୍ଷ ଲୋକ ପ୍ରଭାବିତ, ୧୭୩ଜଣ ମୃତ

0

ଗୌହାଟୀ(ଆମ ଟିଭି): ଆସାମରେ ବନ୍ୟା ବିତ୍ପାତ ଭୟଙ୍କର  ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ୩୦ଟି ଜିଲ୍ଲାରେ ୨୯ଲକ୍ଷରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ଗତ ୨୪ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ ୬ଜଣ ଶିଶୁଙ୍କ ସମେତ ୧୪ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି। ଆସାମରେ ଅବସ୍ଥିତ ମୋରିଗାଓଁ ଜିଲ୍ଲାର ଅନେକ ଲୋକ ରାସ୍ତାରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ଜିଲ୍ଲା ଗୋଟିଏ ମାସରେ ଦୁଇଥର ବନ୍ୟା ପରିସ୍ଥିତିର ସାମ୍ନା କରିସାରିଛି। ଏହି ଅଞ୍ଚଳରେ ବାସ କରୁଥିବା ବାବୁଲାଲ ବିଶ୍ୱାସ କହିଛନ୍ତି ଯେ, ସେ ଗତ ଏକ ମାସ ଧରି ରାସ୍ତାରେ ଏକ ଅସ୍ଥାୟୀ ବାସଗୃହରେ ନିଜ ପରିବାର ସହିତ ରହୁଛନ୍ତି। କାରଣ ତାଙ୍କ ଘରେ ପାଣି ପଶି ରହିଛି।

ବନ୍ୟା ଯୋଗୁଁ ଆମ ଘର ଏବଂ ଫସଲ ନଷ୍ଟ ହୋଇଯାଇଛି। ବର୍ତ୍ତମାନ କ’ଣ ହେବ ତାହା କେବଳ ଭଗବାନ ଜାଣନ୍ତି। ସିଙ୍ଗିମାରି ଅଞ୍ଚଳରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ କହିଛନ୍ତି ଯେ ବର୍ଷା ଓ ବନ୍ୟା ଯୋଗୁଁ ତାଙ୍କ ଘର ଓ ଫସଲ ନଷ୍ଟ ହୋଇଯାଇଛି। ମୋରିଗାଓଁ ଜିଲ୍ଲାର ଏହି ଅଞ୍ଚଳରେ ବନ୍ୟା ହେତୁ ଅନେକ ଲୋକ ରାସ୍ତାରେ ରହୁଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ ୯୮ଟି ରିଲିଫ କ୍ୟାମ୍ପ ସ୍ଥାପନ କରିଛି। ଯେଉଁଠାରେ ପ୍ରାୟ ୨୯ହଜାର ଲୋକ ରହୁଛନ୍ତି। 

Leave A Reply

Your email address will not be published.