ଚଳଚ୍ଚିତ୍ର “ପୁଷ୍କରା’ ର ଅଭିନବ ପ୍ରଚାର
ଭୁବନେଶ୍ୱର :ଆଜି ବାଣୀବିହାର ଉତ୍କଳ ବିଶ୍ୱବଦ୍ୟାଳୟ ରେ ପୁଷ୍କରା ର ପ୍ରି ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।
ଏକ ଲୋକପ୍ରିୟ ଉପନ୍ୟାସ “ନାଦାବିନ୍ଦୁ” ରୁ ଏହି ସିନେମା ଟି ତିଆରି ହୋଇଛି। ଓଡ଼ିଆ ସାହିତ୍ୟ ରୁ ଓଡ଼ିଆ ସିନେମା ହୋଇ ଥିବାରୁ ଆଜି ଉତ୍କଳ ବିଶ୍ୱବଦ୍ୟାଳୟ ଓଡ଼ିଆ department ତରଫରୁ ଏକ ସୁନ୍ଦର କାର୍ଯ୍ୟକ୍ରମ ବାଣୀବିହାର କ୍ୟାମ୍ପସ ଭିତରେ ଅନୁଷ୍ଠିତ ହେଲା। ସବ୍ୟସାଚୀ ପୁଷ୍କରା ବେଶରେ ଛାତ୍ର ଓ ଛାତ୍ରୀଙ୍କ ସହ ସିନେମା ସମ୍ପର୍କରେ କଥା ହୋଇ ଥିଲେ। ଉପନ୍ୟାସ ର ଲେଖକ ଶ୍ରୀ ଶଙ୍କର ତ୍ରିପାଠୀ ଙ୍କ ସହ ଅନ୍ୟ ସହଯୋଗୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆସନ୍ତା କାଲି ସାରା ଓଡ଼ିଶା ରେ ପୁଷ୍କରା ରିଲିଜ୍ ହେବାକୁ ଯାଉଛି।