ଅନୁପମଙ୍କ ଆକର୍ଷଣ ପ୍ରତୀକ୍ଷା ପରେ ଦଶାହ ହନୁମାନ ମନ୍ଦିରରେ ହେଲା ଶୁଭ ମହୁରତ

0

ଓଲିଉଡର ଚର୍ଚ୍ଚିତ ତଥା ଲୋକପ୍ରିୟ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ଅପାର ସଫଳତା ପରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିଜର ଆଗାମୀ ସିନେମା ‘ଦଶାହ’ ର ଶୁଭ ମହୁରତ ହନୁମାନ ମନ୍ଦିର ପ୍ରାଙ୍ଗଣରେ କରିଛନ୍ତି। ଏହି ଅବସରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା ବର୍ଷା ପଟ୍ଟନାୟକ, ସଂଘମିତ୍ରା ବେହେରାଙ୍କ ସମେତ ସମସ୍ତ କାଷ୍ଟ ଏବଂ କ୍ରି୍ୟୁ ଏକାଠି ହୋଇଥିଲେ l

‘ଦଶାହ’ କେବଳ ଏକ ସିନେମା ନୁହେଁ, ବରଂ ଏହା ଓଡ଼ିଶାର ମାଟି, ପରମ୍ପରା, ଆବେଗ ଏବଂ ଜୀବନ-ମୃତ୍ୟୁର ରହସ୍ୟ ଉପରେ ଆଧାରିତ ଏକ ନିଆରା କାହାଣୀ। “କିଛି ବିଦାୟ କେବେ ବି ଅନ୍ତିମ ନୁହେଁ” – ଏହି ସ୍ପର୍ଶକାତର ଟ୍ୟାଗଲାଇନ୍ ସହିତ ନିର୍ଦ୍ଦେଶକ ଦର୍ଶକଙ୍କୁ ଏକ ଅଦେଖା ଦୁନିଆକୁ ନେଇଯିବାର ସଙ୍କେତ ଦେଇଛନ୍ତି। ଯେଉଁମାନେ ‘ପ୍ରତୀକ୍ଷା’କୁ ନିଜର କରିଥିଲେ, ସେହି ସିନେପ୍ରେମୀଙ୍କ ଉଦ୍ଦେଶ୍ୟରେ ଅନୁପମ ଏହି ନୂଆ ପ୍ରୋଜେକ୍ଟକୁ ଉତ୍ସର୍ଗ କରୁଥିବା କଥା କହିଥିଲେ l

ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଏବଂ ଶୁଭମ୍ ସିନେ ପ୍ରଡକସନ୍ସର ମିଳିତ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ତୁଲାଉଛନ୍ତି ବର୍ଷା ପଟ୍ଟନାୟକ ଏବଂ ସଂଘମିତ୍ରା ବେହେରା l
ବରିଷ୍ଠ ଅଭିନେତା ରତନ ମେହେର, ସୁକାନ୍ତ ରଥ, ମନ୍ମୟ ଦେ, ନିରଞ୍ଜନ ମହାପାତ୍ର, ଉମା, ଭବାନୀ, ଖୋକନ, ହାରୀ, ଅଭିନେତ୍ରୀ ସୋମା ଭୌମିକ, ମମତା ପଣ୍ଡା, ସମର୍ପିତା ଦାଶ ଏବଂ ଶିଶୁ କଳାକାର ଶିଭମ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି l ଏହାର ଚିତ୍ରତ୍ତୋଳନ ଦାୟିତ୍ୱ ସବୁଥର ପରି ଦୀପକ କୁମାର ରହିଛନ୍ତି ଏବଂ ରଶ୍ମି ରଞ୍ଜନ ଦାଶ ସମ୍ପାଦନା ଦାୟିତ୍ୱ ବହନ କରିଛନ୍ତି l ସଂଳାପ ସୌମ୍ୟ ରଞ୍ଜନ ପଣ୍ଡା ଏବଂ ଅନୁପମ ପଟ୍ଟନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଆଶୀଷ ପ୍ରଧାନ ଏବଂ ଅନୁରାଗ ପଟ୍ଟନାୟକ ଦେଇଛନ୍ତି l କାର୍ଯ୍ୟକାରୀ ପ୍ରଯୋଜକ ଭାବେ ଗୋପାଳ ଚନ୍ଦ୍ର ଘଡେଇ ଏବଂ ପ୍ରଚାର ଓ ପ୍ରସାର ଦାୟିତ୍ୱ ପ୍ରଣୟ ଜେଠୀ ତୁଲାଉଛନ୍ତି l

ତେବେ, ନିଜର ନିଖୁଣ କାହାଣୀ କହିବାର ଶୈଳୀ ପାଇଁ ପ୍ରଶଂସା ସାଉଁଟିଥିବା ଅନୁପମ ପଟ୍ଟନାୟକ, ଏବେ ‘ଦଶାହ’ ଜରିଆରେ ମୃତ୍ୟୁ ପରର ରହସ୍ୟ ଓ ପାରମ୍ପରିକ ଆବେଗକୁ ପରଦାରେ ଜୀବନ୍ତ କରିବାକୁ ଯାଉଛନ୍ତି। ଦଶାହ, ସିନେମା ଜଗତରେ ଏକ ନୂଆ ଉତ୍ସାହ ଖେଳାଇବ ଏବଂ ଦର୍ଶକ ଏହି ନୂତନ ଚଳଚ୍ଚିତ୍ରକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l

Leave A Reply

Your email address will not be published.