ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ

0

ଭୁବନେଶ୍ୱର(ଆମ ଟିଭି): ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ୩ ଦଫା ଦାବି ନେଇ ଗତ ୮ତାରିଖରୁ କାର୍ୟ୍ୟବନ୍ଦ ଆନ୍ଦୋଳନ କରୁଥିଲେ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀ। ଆସନ୍ତା ମାସକ ମଧ୍ୟରେ ଶିକ୍ଷକ ସଂଘର ଦାବି ଉପରେ ସରକାର ସକାରାତ୍ମକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଓ ସେଥିପାଇଁ ଏକମାସ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ କହିଛି।

୧୧ଦିନ ଧରି ରାଜ୍ୟର ପ୍ରାୟ ୧.୩୦ଲକ୍ଷ ପ୍ରାଥମିକ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସଂଯୋଜକ ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି ଯେ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ସବକମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାୟ ୩ଘଣ୍ଟା ଧରି ବସିଥିଲା। ଏହି ବୈଠକରେ ଶିକ୍ଷକ ସଂଘ ଦାବିଗୁଡ଼ିକ ଉପରେ ତର୍ଜମା କରାଗଲା। ସରକାର ଅଧିକାଂଶ ଦାବିକୁ ମାନିବାକୁ ସହମତି ଦେଇଛନ୍ତି।

Leave A Reply

Your email address will not be published.