ହରିଦ୍ୱାର ଚଣ୍ଡୀଘାଟରେ ହେବ ଯୋଗୀ ମା’ଙ୍କ ଅନ୍ତିମ ସଂସ୍କାର, ବ୍ୟାପକ ସୁରକ୍ଷା ବ୍ୟବସ୍ଥା

0

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା’ ସାବିତ୍ରୀ ଦେବୀଙ୍କ ଅନ୍ତିମ ସଂସ୍କାର ଆଜି ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ଚଣ୍ଡୀଘାଟରେ କରାଯିବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପତଞ୍ଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ତତ୍ତ୍ୱାବଧାନରେ ଅନ୍ତିମ ସଂସ୍କାରର ସମସ୍ତ ବ୍ୟବସ୍ଥା କରାଯାଉଛି । ସମ୍ପୂର୍ଣ୍ଣ ସନାତନ ପରମ୍ପରା ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବ ।

ଅନ୍ତିମ ସଂସ୍କାର ପାଇଁ ହରିଦ୍ୱାରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ମୟୂର ଦୀକ୍ଷିତ ଓ ବରିଷ୍ଠ ପୋଲିସ ଅଧୀକ୍ଷକ ନବନୀତ ସିଂହଙ୍କ ସୂଚନା ଅନୁଯାୟୀ, ସକାଳ ୧୦ଟାରେ ଅନ୍ତିମ ସଂସ୍କାର ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ଗତକାଲି ଯୋଗୀ ଆଦିତ୍ୟନାଥଙ୍କ ମା’ ସାବିତ୍ରୀ ଦେବୀଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଥିଲା । ଉତ୍ତରାଖଣ୍ଡର ପୌଡ଼ି ଗଢ଼ୱାଲ ଜିଲ୍ଲା ଅନ୍ତର୍ଗତ ଯମକେଶ୍ୱର ବ୍ଲକର ପଞ୍ଚୁର ଗାଁରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଙ୍କ ପାର୍ଥିବ ଦେହକୁ ଅନ୍ତିମ ସଂସ୍କାର ପାଇଁ ହରିଦ୍ବାର ନେଇଯାଇଛନ୍ତି । ମା’ଙ୍କ ଅନ୍ତିମ ସଂସ୍କାରରେ ଶ୍ରଦ୍ଧାଞ୍ଜଳି ଦେଇ ଭାବୁକ ହୋଇଛନ୍ତି ।

Leave A Reply

Your email address will not be published.