ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ପାକିସ୍ତାନକୁ ଭାରତର କଡ଼ା ଜବାବ । ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ ଦେଇଥିବା ଦେଖିବାକୁ ମିଳିଛି । ଭାରତ ସୀମାରେ ବେଆଇନ ଭାବେ କବଜା କରି ରଖିଛି ପାକିସ୍ତାନ । ତୁରନ୍ତ ବେଆଇନ କବ୍ଜା ବନ୍ଦ କରିବାକୁ କହିଛି ଭାରତ । ଏହା ସହ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମିଳିତ ଜାତିସଂଘରେ ଭାରତ ପ୍ରତିନଧିଙ୍କ ପକ୍ଷରୁ କୁହାଯାଇଛି ।

୨୬/୧୧ ଆତଙ୍କବାଦୀଙ୍କ ବିରୋଧରେ ଏପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ତୁରନ୍ତ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଭାରତ ଦାବି କରିଛି । ଏହା ସହ ଭାରତ କହିଛି ପାକିସ୍ତାନ ମିଳିତ ଜାତିସଂଘ ପରି ମଞ୍ଚର ଦୂରୁପଯୋଗ କରୁଛି । ଏହା ପୂର୍ବରୁ ମିଳିତ ଜାତିସଂଘରେ ଗତକାଲି ପାକିସ୍ତାନ ପକ୍ଷରୁ ମତ ରଖାଯାଇଥିଲା ।

 

Leave A Reply

Your email address will not be published.