ଶିରିଡି ସାଇବାବା ମୁଭିଜ୍ ର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ୍ ଶ୍ରୀଯୁକ୍ତ” ଚଳଚ୍ଚିତ୍ର ର ଶୁଭ ମହୁରତ

0

ଭୁବନେଶ୍ୱର :ପ୍ରଣୟ ଜେଠୀ ପ୍ରଯୋଜିତ ତଥା ଶିରିଡି ସାଇବାବା ମୁଭିଜ୍ ବ୍ୟାନର ର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ ଶ୍ରୀଯୁକ୍ତ” ର ଶୁଭ ମହୁରତ ଏକାମ୍ର ପାର୍କ ସମ୍ମୁଖ ଶିରିଡି ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି ଶୁଭ ମହୁରତ ଅବସରରେ ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ଚଳଚ୍ଚିତ୍ର ର ନିର୍ଦ୍ଦେଶକ ନିରଞ୍ଜନ ବେହେରା, ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସ, ରବି ମିଶ୍ର ଅଭିନେତ୍ରୀ ଲିପ୍ସା ମହାରଣା ଙ୍କ ସମେତ ଅତିଥି ଭାବେ ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଞ୍ଜୟ କୁମାର ପଟେଲ ଏବଂ ଶିବିର କୁମାର ପରିଡା ଉପସ୍ଥିତ ରହି କ୍ଲାପ୍ ଦେଇଥିଲେ l ପୂର୍ବରୁ ଶିରିଡି ସାଇବାବା ମୁଭିଜ୍ ର ପ୍ରଥମ ଅବଦାନ ଥିଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁର l ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ନମ୍ରତା ଥାପ୍ପା, ଲରେନ୍ସ ଓ ଲିଟିଲ ଭଳି ଦମଦାର ଷ୍ଟାର କାଷ୍ଟିଂ କୁ ନେଇ ନିର୍ମାଣ ହୋଇଥିଲା ସିନ୍ଦୂର l ଫିଲ୍ମ “ଶ୍ରୀମାନ ଶ୍ରୀଯୁକ୍ତ” ନାଁ ରୁ ଜଣା ପଡୁଛି ଏହା ନିଶ୍ଚିତ ଭାବେ ଏକ ପାରିବାରିକ ଓ କମେଡି କାହାଣୀ ଉପରେ ଆଧାରିତ ହେଇଥିବ l ତେବେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ନିର୍ଦ୍ଦେଶନା ଭାର ନିରଞ୍ଜନ ବେହେରା କାନ୍ଧେଇଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ l ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ l ଚିତ୍ରତ୍ତୋଳନ ଦାୟିତ୍ୱ ରେ ବାପି ଅଛନ୍ତି l ପବ୍ଲିସିଟି ଡିଜାଇନର ଭାବେ ରେ ଅଛନ୍ତି ବିଜୁ ଏବଂ ପ୍ରଡ଼କସନ୍ ଡିଜାଇନର ଦାୟିତ୍ୱ ରେ ବୁବୁନା ଦାୟିତ୍ୱ ତୁଲାଉଛନ୍ତି l “ଶ୍ରୀମାନ ଶ୍ରୀଯୁକ୍ତ” ଚଳଚ୍ଚିତ୍ର ର ମୁଖ୍ୟ ଭୂମିକାରେ ଅଭିନେତା ସାନୁ ଓ ଅଭିନେତ୍ରୀ ସସ୍ମିତା ଥିବାବେଳେ ତାଙ୍କ ସହିତ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ଜୟ ପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ଲିପ୍ସା ମହାରଣା, ଛନ୍ଦିତା, ରାଜୀବ ମହାନ୍ତି ପ୍ରମୁଖ ଅଭିନୟ କରୁଛନ୍ତି l ସମାଜରେ ପ୍ରତ୍ୟେକ ଦିନ ଘଟୁଥିବା କଥା କୁ କାହାଣୀ ର ରୂପ ଦେଇ କମେଡି ଧାରା ରେ ଚଳଚ୍ଚିତ୍ର ନିର୍ମାଣ କଲେ ବେଶ ଲୋକାଦୃତ ହେବେ ବୋଲି ପ୍ରଯୋଜକ ପ୍ରଣୟ ଜେଠୀ ଆଶା ରଖିଛନ୍ତି l

Leave A Reply

Your email address will not be published.