ନୋଟାରୀ ରାଜଲକ୍ଷ୍ମୀ ପତିଙ୍କ ବଢିଲା ଅଡୁଆ

0

କଟକ ; କଟକ ଅନ୍ଦର ପୁର ଠାରେ ସିଏମସି ପକ୍ଷରୁ ବସ୍ତିବାସିନ୍ଦାଙ୍କ ପାଇଁ ଆବାସ ଓ ବସ୍ତି ଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା କୋଠାକୁ ଚଞ୍ଚକତା କରି ବିକ୍ରି କରିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣ ଙ୍କ ସ୍ବାମୀ ରାଜା କିରଣ ଚୌଦ୍ଵାର ଜେଲ୍ ରେ ଅଛି। ତେବେ ଏହାର ମାଷ୍ଟର ମାଇଣ୍ଡ ତଥା ଜାଲ ପଞ୍ଜିକରଣ ମାଧ୍ୟମରେ ଲୋକଙ୍କୁ ଭୁଆଁ ବୁଲାଇଥିବା ନୋଟାରି ରାଜଲକ୍ଷ୍ମୀ ପତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅରୁଣୋଦୟ ମାର୍କେଟରେ ବେଆଇନ୍ ଭାବେ ତିନି ତିନିଟି ଅଫିସ୍ ଖୋଲି ବସିଥିବା ନୋଟରୀ ରାଜଲକ୍ଷ୍ମୀକୁ ପୋଲିସ୍ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରିସର ଭୁକ୍ତ କରିଥିଲେ। କନ୍ଦରପୁରଠାରେ ସିଏମସି ନିର୍ମିତ ଘରଗୁଡ଼ିକ ଆଇନଗତ ସମସ୍ୟା ଦୃଷ୍ଟିରୁ ବଣ୍ଟନ ହୋଇପାରୁନଥିବାରୁ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇନଥିବା ସୁଯୋଗରେ ରାଜାକରଣ ରାଜଲକ୍ଷ୍ମୀ ପତି ସହାୟତାରେ ଷ୍ଟାମ୍ପ ପେପରରେ ନୋଟାରାଇଜ ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ଘର ହସ୍ତାନ୍ତର କରିଥିଲା ।ଟଙ୍କା ପଇସା ଧାର୍ଯ୍ୟ ପରେ ରାଜା ରାଜଲକ୍ଷ୍ମୀ ପାଖକୁ ପଠାଉଥିଲା ଲୋକଙ୍କୁ ।ଗରିବ, ନିରୀହ ଲୋକମାନଙ୍କୁ ଚଂଚକତା କରି ଜମି ହସ୍ତାନ୍ତର ନାମରେ ଷ୍ଟାମ୍ପ ପେପରରେ ଦସ୍ତଖତ ମାରି ଦେଉଥିଲା ରାଜଲକ୍ଷ୍ମୀ। ଏହା ବିନିମୟରେ ଗରିବ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଅଣାଯାଇଥିଲା lତେବେ ଆଶ୍ଚର୍ଯ୍ୟଜନକ ଭାବେ ଏପରି ଜଘନ୍ୟ ଠକେଇରେ ରାଜଲକ୍ଷ୍ମୀ ତଦନ୍ତ ପରିସରକୁ ଆସିଥିଲେ ମଧ୍ୟ ତା ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ସାଧାରଣରେ ସଂଶୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଶହ ଶହ ଲୋକଙ୍କ ବିବିଧ ଚୁକ୍ତିନାମା ପଞ୍ଜିକରଣ ଜାଲିଆତିରେ ରାଜଲକ୍ଷ୍ମୀର ସମ୍ପୃକ୍ତିର ଗୁମର ଫିଟୁଛି। ରାଜଲକ୍ଷ୍ମୀ ନୋଟାରି ଲାଇସେନ୍ସର ବ୍ୟାପକ ଦୁରୁପଯୋଗ କରି କୌଣସି ପକ୍ଷର ବିନା ଉପସ୍ଥିତି ଓ ବିନା ଦସ୍ତଖତରେ ଚୁକ୍ତିନାମା ସବୁ ଉଚ୍ଚଦାମରେ ବିକ୍ରି କରି ବେଶ୍ ମାଲାମାଲ ହେଉଛି।ସରକାର ନିୟମ ବାହାରେ ଲାଇସେନ୍ସର ଅପବ୍ୟବହାର ଯୋଗୁଁ ରାଜଲକ୍ଷ୍ମୀ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଖୋଦ୍ କଟକ ନୋଟାରି ଆସୋସିଏସନର କର୍ମକର୍ତ୍ତା । ଆଇନ ବିଭାଗ ପ୍ରମୁଖ ସଚିବଙ୍କ ଦପ୍ତରରେ ଏପରି ଅଭିଯୋଗର ଚାଞ୍ଚଲ୍ୟକର ଖବର ଆମର ହସ୍ତଗତ ହୋଇଛି।ପଞ୍ଜୀକୃତ ନୋଟାରି ସଂଘର ଅଭିଯୋଗ ଅନୁସାରେ ରାଜଲକ୍ଷ୍ମୀ ନୋଟାରି ରେଜିଷ୍ଟରରେ ନମ୍ବର ନ ଲେଖି ଆବଶ୍ୟକୀୟ ଷ୍ଟାମ୍ପ ନମାରି , ପକ୍ଷମାନଙ୍କ ଦସ୍ତଖତ ନନେଇ , ସାକ୍ଷ୍ୟଙ୍କ ଦସ୍ତଖତ ନମାରି, ଅଧିକାଂଶ ପଞ୍ଜିକରଣ କରି ପେଷାଗତ ଶୃଙ୍ଖଳା ଭଙ୍ଗ କରିବା ସହିତ ସରକାରୀ ଆଇନକୁ ଫୁ କରିଦେଇଛି। ନୋଟାରି ଆଇନ୍ର ଧାରା ୧୨ ର ଉଲ୍ଲଂଘନ କରି ସେ ତାଙ୍କ ଷ୍ଟାମ୍ପରେ ଲାଇସେନ୍ସ ଏକ୍ସପାଇରି ତାରିଖ ନଲେଖିବା ଆଉ ଏକ ଚଂଚକତା।ଷ୍ଟାମ୍ପଭେଣ୍ଡରଙ୍କ ଠାରୁ ସମସ୍ତ ଷ୍ଟାମ୍ପ ପେପର ନିଜ ନାମରେ କିଣିଆଣି ରାଜଲକ୍ଷ୍ମୀ ଉଚ୍ଚଦରରେ ପକ୍ଷମାନଙ୍କୁ ବିକ୍ରୀକରିବା ଏକ ଅବୈଧ ଅଭ୍ୟାସ । ଏ ସମସ୍ତ ତଥ୍ୟଯୁକ୍ତ ଅଭିଯୋଗକୁ ଆଇନ୍ ବିଭାଗ ସଚିବ ଗ୍ରହଣ କରି କଡ଼ା ଚେତାବନୀ ଦେଇଛନ୍ତି।
ତେବେ ନିଜ ବଦଳି ଅବ୍ୟବହିତ ପୂର୍ବରୁ ସଚିବ ତରବରିଆ ଭାବେ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ସହଜରେ ଗ୍ରହଣ କରୁନାହାନ୍ତି ନୋଟାରୀ ସଂଘ୍। ସଭାପତି ନଟବର ପଣ୍ଡା ତଥା ଅନ୍ୟ କର୍ମକର୍ତ୍ତା ଏପରି ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରୀ ରଖିବେ ବୋଲି ମତ ଦେଇଛନ୍ତି।
ଏକ ଦୈନିକ ସମ୍ବାଦପତ୍ରର ଅନ୍ତକନ୍ଦଳରେ ପକ୍ଷଭୁକ୍ତ ହୋଇଥିବାରୁ ରାଜଲକ୍ଷ୍ମୀକୁ ସେହି ଖବରକାଗଜର ଜନୈକ ମଙ୍ଗୁଆଳ ଘଣ୍ଟ ଘୋଡାଉଥିବାରୁ ପୋଲିସ୍ ଓ ପ୍ରଶାସନ ରାଜଲକ୍ଷ୍ମୀ ଉପରେ ଶିଥିଳ ମନୋଭାବ ରଖୁଥିବାର ଅଭିଯୋଗ ମଧ୍ୟ ହୋଇଛି।

Leave A Reply

Your email address will not be published.