ମିଛେଇ ଝିଅ’ ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର ଆଜି କେବଳ ତରଙ୍ଗ ଚାନେଲରେ
ଭୁବନେଶ୍ୱର :ମୁନ ଟିଭି ବ୍ୟାନରରେ ନିର୍ମିତ ‘ମିଛେଇ ଝିଅ’ ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର ହେବ ଆଜି କେବଳ ତରଙ୍ଗ ଚାନେଲ୍ ରେ । ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ତମନ୍ନା ବ୍ୟାସ ହୋଇଛନ୍ତି ମିଛେଇ ଝିଅ ଯିଏ ଟିକେ ଟିକେ କଥାରେ ପରିସ୍ଥିତିରେ ପଡି ମିଛ କହିଦିଏ । ହେଲେ ଛୋଟ ଛୋଟ ମିଛର ପରିଣାମ କଣ ହୁଏ ଦେଖିବେ ପୁରା ଫିଲ୍ମ ଶେଷରେ ।

ସଚ୍ଚିକାନ୍ତ ଜେନା ପ୍ରଯୋଜିତ ଓ ମୃତ୍ୟୁଞ୍ଜୟ ସାହୁ ନିର୍ଦ୍ଦେଶିତ ‘ମିଛେଇ ଝିଅ’ ଫିଲ୍ମରେ ତମନ୍ନାଙ୍କ ସହ ଜୟଜିତ ଦାସ, ଅଞ୍ଜନା ଦାସ, ରାଜେଶ ପଣ୍ଡା, ମମତା ନନ୍ଦ, ଡିସ୍କୋ ରେଡ୍ଡୀ, ରାକ୍ଷୀ ଦାଶ ଓ ସୁକେଶ ପଣ୍ଡା ପ୍ରମୁଖ ଅଛନ୍ତି । ଫିଲ୍ମର ସଂଳାପ ରଚନା କରିଛନ୍ତି ଜିତେନ୍ଦ୍ର ବରାଳ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । କାହାଣୀ ଓ ସଂଳାପ ଦେବିଦତ୍ତ ମହାନ୍ତି ଲେଖିଥିବା ବେଳେ, ଗୀତ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଉମାକାନ୍ତ ନାୟକ,ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି) ।
ଫିଲ୍ମଟି କମେଡୀ, ପ୍ରେମ ଓ ରୋମାନ୍ସ ରେ ଭରପୁର ତେଣୁ ଦର୍ଶକଙ୍କୁ ନିଶ୍ଚିତ ଭଲ ଲାଗିବା ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକାଶ କରିଛି । ତେବେ ଅପେକ୍ଷା କେବଳ ଅକ୍ଟୋବର ୧ ତାରିଖ ରବିବାର ସନ୍ଧ୍ୟା ୬ ରେ କେବଳ ତରଙ୍ଗ ଚାନେଲ୍ ରେ ।