ଭୁବନେଶ୍ୱରରୁ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର(ଆମ ଟିଭି): ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏହାରି ଭିତରେ ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଉଛି ବିଜେଡିର ଜନସଂପର୍କ ପଦଯାତ୍ରା । ଭୁବନେଶ୍ବରରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ୫୭ ନମ୍ବର ଓ୍ବାର୍ଡ ବଡ଼ଗଡ଼ରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ନବୀନ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିଠୁ ବିଜେଡିର ଯାତ୍ରା ଆରମ୍ଭ ହେଲା । ଏହି ଅବସରରେ ବାପୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି । ଗାନ୍ଧିଜୀ ଆମକୁ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି । ଗାନ୍ଧିଜୀଙ୍କ ତାଲିସମାନ ଆମକୁ ବାଟ ଦେଖାଇଛି । ବିଜୁ ଜନତା ଦଳ ଗରିବ, ମହିଳା, ଯୁବ, ଏସଏସଟିଙ୍କ ପାଇଁ କାମ କରୁଛି । ମହିଳା ଶସକ୍ତିକରଣ ଦିଗରେ ଆମେ କାମ କରୁଛୁ ।

 

Leave A Reply

Your email address will not be published.