ୟୁକ୍ରେନକୁ ଯିବନି ବ୍ରିଟିଶ୍ ସେନା: ଋଷି ସୁନକ

0

ନୂଆଦିଲ୍ଲୀ (ଆମ ଟିଭି): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ଦେଢ ବର୍ଷରୁ ଅଧିକ ହେବ ଲାଗି ରହିଛି । ଏହାରି ଭିତରେ ଏକ ଖବର ଆସିଛି ଯେ, ୟୁକ୍ରେନ୍‌କୁ ଯିବେ ନାହିଁ ବ୍ରିଟିଶ ସେନା। ଏକଥା କହିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ। ବର୍ତ୍ତମାନ ସମୟରେ ବ୍ରିଟେନ୍‌ ସହ ଜଡିତ କୌଣସି ମିଲିଟାରୀ ସଂସ୍ଥାକୁ ୟୁକ୍ରେନ୍‌ ପଠାଇ ଋଷିଆ ସହ ସିଧାସଳଖ ବିରୋଧ ଚାହୁଁନି ବ୍ରିଟେନ୍‌। ୟୁକ୍ରେନ୍‌ ସ୍ଥିତିକୁ ନେଇ ସୁନକ କହିଛନ୍ତି ଯେ ୟୁକ୍ରେନରେ ବ୍ରିଟିଶ ମିଲିଟାରୀ ନିୟୋଜିତ କରିବା ନେଇ ଏବେ ଯୋଜନା ନାହିଁ।

ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରୀ ଗ୍ରାଣ୍ଟ୍‌ ସାପ୍ପସ୍, ଯିଏ ଗତ ମାସରେ ନିଯୁକ୍ତି ପାଇଛନ୍ତି। ସେ ଗଣମାଧ୍ୟମକୁ କହିଥିଲେ ଯେ ‘ୟୁକ୍ରେନ୍‌ରେ ସେନା ନିୟୋଜିତ କରିବାକୁ ଚାହୁଁଛନ୍ତି। ୟୁକ୍ରେନ ସେନାଙ୍କୁ ବ୍ରିଟେନ୍‌ କିମ୍ବା ପାଶ୍ଚାତ୍‌ ଦେଶମାନଙ୍କରେ ତାଲିମ୍‌ ନେବା ପାଇଁ ପରାମର୍ଶ ଦେଇଥିଲେ।’

ଏନେଇ ଚର୍ଚ୍ଚା ଜୋର୍‌ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁନକ୍। ମାଞ୍ଚେଷ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ‘ଆମ ପ୍ରତିରକ୍ଷା ମନ୍ତ୍ରୀ ଯାହା କହିଥିଲେ, ତାହା ଭବିଷ୍ୟତରେ ଦିନେ ସମ୍ଭବ ହୋଇପାରେ। କିନ୍ତୁ ତାହାର ଅର୍ଥ ନୁହେଁ ଏଇଠି ଓ ବର୍ତ୍ତମାନ। ୟୁକ୍ରେନ୍‌ରେ ବ୍ରିଟିଶ ମିଲିଟାରୀ ନିୟୋଜିତ କରିବା ନେଇ ଏବେ ଯୋଜନା ନାହିଁ।’

Leave A Reply

Your email address will not be published.