ଭାରତ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକୁ ଚାହୁଁଛି କାନାଡା: କାନାଡା ବୈଦେଶିକ ମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ଭାରତ ଏବଂ କାନାଡା ସଂପର୍କରେ ତିକ୍ତତା ବଢିବାରେ ଲାଗିଛି। ଏତେସବୁ ବିବାଦ ଭିତରେ କାନାଡା ଭାରତ ପ୍ରତି ନରମ ସ୍ବଭାବ ଆପଣାଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବାକୁ କାନାଡା ଚାହୁଁଛି।

ଏନେଇ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି କହିଛନ୍ତି, ତାଙ୍କ ଦେଶ ଏହି କୂଟନୈତିକ ବିବାଦର ସମାଧାନ ପାଇଁ ଭାରତ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକୁ ଚାହୁଁଛି। ବୈଦେଶିକ ମନ୍ତ୍ରୀ ଜୋଲି କହିଛନ୍ତ, ଆମେ ଭାରତ ସରକାରଙ୍କ ସହ ଯୋଗାଯୋଗରେ ଅଛୁ। କାନାଡିୟ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ଅତି ଗୁରୁତର ସହ ନେଇଛୁ ଏବଂ ଆମେ ବ୍ୟକ୍ତିଗତ ଭାବରେ ଭାରତ ସହ ଆଲୋଚନା କରିବୁ ବୋଲି ସେ କହିଥିବା ସୂଚନା ମିଳିଛି।

Leave A Reply

Your email address will not be published.