ସୁନ୍ଦରଗଡରେ ଆଉ ୬ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ

0

ସୁନ୍ଦରଗଡ଼ (ଆମ ଟିଭି): ରାଜ୍ୟରେ ସ୍କ୍ରବ ଟାଇଫଓ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୬ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୬୧ କୁ ବୃଦ୍ଧି ପାଇଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାହ୍ନୁଚରଣ ନାୟକ କହିଛନ୍ତି,ରୋଗ ପାଇଁ ଯଥେଷ୍ଟ ଔଷଧ ମହଜୁଦ ରହିଛି। ସ୍ଵତନ୍ତ୍ର ଡାକ୍ତରୀ ଦଳ ବି ପ୍ରସ୍ତୁତ ରହିଛନ୍ତି। ଏହି ରୋଗ ଲାଗି ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଥିବା ସେ କହିଛନ୍ତି।

ସେହିପରି ଗତକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏବେ ସୁଦ୍ଧା ଓଡ଼ିଶାରେ ସ୍କ୍ରବ ଟାଇଫସରେ ୨ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୨୦ ହଜାରରୁ ଅଧିକ ଟେଷ୍ଟ ହୋଇଛି। କେନ୍ଦ୍ରୀୟ ଟିମ ଓଡ଼ିଶା ଗସ୍ତରେ ଆସି ୪ଟି ଜିଲ୍ଲାରେ ଅନୁଧ୍ୟାନ କରି ଫେରିଛନ୍ତି। ଓଡ଼ିଶା ସରକାରଙ୍କ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଛନ୍ତି।

 

 

Leave A Reply

Your email address will not be published.