ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ଆଇଏଏସ୍ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ । ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ । ଭାସ୍କର ଜ୍ୟୋତି ଶର୍ମା ହୋଇଛନ୍ତି ସେଟେଲମେଣ୍ଟ କମିଶନର । ସେହିପରି ବି ପରମେଶ୍ୱରନଙ୍କୁ ମିଳିଛି ଚକବନ୍ଦୀ କମିଶନର ଦାୟିତ୍ୱ । ଜ୍ୟୋତିପ୍ରକାଶ ଦାଶ ହୋଇଛନ୍ତି ପଞ୍ଚାୟତିରାଜ ନିର୍ଦ୍ଦେଶକ ।
ସେହିପରି ଅରିନ୍ଦମ୍ ଡାକୁଆ ହୋଇଛନ୍ତି ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ । ରାମାଶିଷ ହାଜରାଙ୍କୁ ବିଏସସି ସଭାପତି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସୁବ୍ରତ ଶତପଥୀଙ୍କୁ ଆଇଜି ପଞ୍ଜିକରଣ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।