ଛାଡ ପତ୍ର ପାଇଁ ବର୍ଷାଙ୍କୁ ଏମିତି ଅନୁରୋଧ କଲେ ଅନୁଭବ

0

କଟକ: ପୁଣି ସାମ୍ନାକୁ ଆସିଲା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ। ଏହି ଭିଡିଓରେ ଅନୁଭବ କହିଛନ୍ତି ବର୍ଷା, ଏହା କେବଳ ଆପଣଙ୍କ ପାଇଁ। ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସେ ଭାବବିହ୍ୱଳ ହୋଇ କହିଛନ୍ତି, ମୋ ପରିବାରର କେହି ଭଲ ନାହାନ୍ତି। ରାତି ରାତି କେହି ଶୋଇପାରୁ ନାହାନ୍ତି। ମୋର ଅନୁରୋଧ ଆପଣ ମୋ ପରିବାରର କାହା ଜୀବନ ସହ ଖେଳ ଖେଳନ୍ତୁ ନାହିଁ। ଦୟାକରି ବିବାହ ବିଚ୍ଛେଦ ଅନୁରୋଧକୁ ଗ୍ରହଣ କରନ୍ତୁ। ବାପା, ମାଆ ଓ ପରିବାର ମୋ ପାଇଁ ସବୁ କିଛି। ଭଲ ମଣିଷ ହିସାବରେ ଛାଡ଼ପତ୍ରକୁ ସ୍ବୀକାର କରନ୍ତୁ ।

ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି। ସ୍ବାମୀ-ସ୍ତ୍ରୀ ହୋଇ ରହିପାରିଲେ ନାହିଁ । ବିଚ୍ଛେଦ ପରେ ଆମେ କଣ ଭଲ ବନ୍ଧୁ ହୋଇ ରହିବା।

Leave A Reply

Your email address will not be published.