ରାଜ୍ୟରେ କଲବଲ କଲାଣି ତାତି

0

ଭୁବନେଶ୍ୱର (ଆମ ଟିଭି): କିଛି ଦିନର ଲଘୁଚାପ ବର୍ଷା ପରେ ପୁଣି ଆରମ୍ଭ ହୋଇଗଲା ତାତି । ତାତି ଏମିତି କଲବଲ କରୁଛି ଯେ, ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ଉପକୂଳରୁ ଉପାନ୍ତ ପର୍ୟ୍ୟନ୍ତ ସବୁଠି ଅସହ୍ୟ ତାତି । ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ୯ଟାରୁ ଟା ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୮୦ ପ୍ରତିଶତ ରହୁଛି। ଆଗାମୀ ୪ ଦିନ ଏଭଳି ପାଗ ଲାଗିରହିବ । ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘମୁକ୍ତ ରହିଛି।

ଆକାଶ ନିର୍ମଳ ଥିବାରୁ ବହୁ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ରହିଛି। ରାତି ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଗୋଟିଏ ଦୁଇ ଡିଗ୍ରୀ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 

Leave A Reply

Your email address will not be published.