ଡରାଇଲାଣି ସୁନା ଦର

0

ସୁନା ଦର ଉପରେ ପଡିଛି ଯୁଦ୍ଧର ପ୍ରଭାବ। ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯାଗୁ ଲଗାତର ବଢି ଚାଲିଛି ସୁନା ଦର। ଏବେ ସୁନାରେ ହାତ ମାରିବା ମୁସକିଲ ହୋଇପଡିଛି। ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧୮୫୭ ଟଙ୍କା ବଢ଼ି ସାରିଲାଣି। କେବଳ ସୁନା ନୁହେଁ ରୁପା ଦାମ୍‌ରେ ମଧ୍ୟ ୨୬୩୬ ଟଙ୍କା ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ୭ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି। ଗୋଟିଏ ସପ୍ତାହରେ ସୁନା ଦର ୩୫ ପ୍ରତିଶତ ବୃଦ୍ଧି ପାଇଛି।

ଅକ୍ଟୋବର ୬ ତାରିଖ ଠାରୁ ଲଗାତର ସୁନା ଦାମ୍‌ରେ ବୃଦ୍ଧି ପାଇଚାଲିଛି। ତେବେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ଘଟିଛି। ୨୨ କ୍ୟାରେଟ୍‌ ସୁନାରେ ୧୦ ଗ୍ରାମ ପିଛା ୩୧୦ଟଙ୍କା ହ୍ରାସ ପାଇଛି। ସେହିପରି ୨୪ କ୍ୟାରେଟ୍‌ ସୁନାରେ ୧୦ ଗ୍ରାମ ପିଛା ୩୪୦ ଟଙ୍କା କମିଛି। ଓଡ଼ିଶାରେ ୧୦ ଗ୍ରାମ ପିଛା ସୁନା ଦର ୫୫,୧୦୦(୨୨ କ୍ୟାରେଟ୍‌) ରହିଛି। ସେହିପରି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୦, ୧୧୦ ଟଙ୍କା ଥିବା ଜଣାପଡିଛି। ଶୁକ୍ରବାର ୧୦ ଗ୍ରାମ ପିଛା ସୁନା ଦର ୫୯ ହଜାର ୪୧୫ ଟଙ୍କା ଥିଲା।

Leave A Reply

Your email address will not be published.