ଆରପାରିରେ ପ୍ରଥମ ଓଡ଼ିଆ ମହିଳା ଗୀତିକାର ବିନୋଦିନୀ ଦେବୀ

0

ଭୁବନେଶ୍ୱର (ଆମ ଟିଭି): ଆରପାରିରେ ପ୍ରଥମ ଓଡ଼ିଆ ମହିଳା ଗୀତିକାର ବିନୋଦିନୀ ଦେବୀ। ୮୪ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ବିନୋଦିନୀ। ଓଡିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ଥିଲେ ବିନୋଦିନୀ ଦେବୀ । ସେ ପ୍ରଥମେ ୧୯୬୫ ମସିହାରେ ‘ମଲାଜହ୍ନ’ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ। ତାଙ୍କ ରଚିତ ଗୀତ ’ତୁଚ୍ଛାକୁ ମହୁ’ରେ କଣ୍ଠଦାନ କରିଖିଲେ କଲ୍ୟାଣୀ ଭଟ୍ଟାଚାର୍ୟ୍ୟ।

ସେହିପରି ସେହି ଚଳଚ୍ଚିତ୍ରରେ ’ମୋ ନାଁଟି ମୋ ନାଁଟି’ରେ କଣ୍ଠଦାନ କରିଥିଲେ ନନ୍ଦିତା ଘୋଷ ଏବଂ ’ରକତ ଟଳମଳ ଖ‍‍ଇର ପାଞ୍ଚପଳ’ରେ କଣ୍ଠଦାନ କରିଥିଲେ ଭଟେରାନ ଅକ୍ଷୟ ମହାନ୍ତି। ଯେଉଁ ଗୀତକୁ ଲୋକମାନେ ବେଶ୍ ପ୍ରଶଂସା କରିଥିଲେ। ତା’ ପରେ ଚଳଚ୍ଚିତ୍ର ‘ତଅପୋଇ’ ପାଇଁ ସେ ଲେଖିଥିଲେ ’ଭିଣେଇ ବାବୁ ଭିଣେଇ ବାବୁ’। ଯେଉଁ ଗୀତଟିକୁ ଗାଇଥିଲେ ଅକ୍ଷୟ ମହାନ୍ତି ଓ ଗୀତା ପଟ୍ଟନାୟକ। ୨୦୦୦ ମସିହାରେ ଆଧୁନିକ ଗୀତ ସଂକଳନ ’ଏ‍ଇ କଳା ମୋର କଳଙ୍କ’ ତାଙ୍କୁ ବେଶ୍ ପରିଚିତ କରାଇଥିଲା।

Leave A Reply

Your email address will not be published.