ରୋଗୀ ଦେଖିଲେ ରାଜଗାଙ୍ଗପୁର ବିଧାୟକ

0

ଭୁବନେଶ୍ୱର:  ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ତେଣୁ ବିଧାୟକ ରୋଗୀ ଦେଖିଲେ । ରାଜଗାଙ୍ଗପୁର ଏଭଳି ଘଟଣା ଦେଖିବାକୁ ମିଳିଛି । ପୂରା ଘଟଣାଟି ଏମିତି..
ରାଜଗାଙ୍ଗପୁର ସିଏଚସିରେ ଗତ ଦୁଇ ଦିନ ହେଲା ଡାକ୍ତର ନାହାନ୍ତି ।  ଏନେଇ ଖବର ପାଇ  ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ ରାଜନ ଡାକ୍ତରଖାନା ଯାଇଥିଲେ ।  ସେଠାରେ ଡାକ୍ତର ନଥିବାରୁ ସଂଖ୍ୟାଧିକ ରୋଗୀ ହଇରାଣ ହେଉଥିବା ବିଧାୟକ ଦେଖିବାକୁ ପାଇଥିଲେ । ଶେଷ ସେ ନିଜେ ରୋଗୀ ଦେଖିଥିଲେ । ଏନେଇ ବିଧାୟକ ଡାକ୍ତର ସି.ଏସ ରାଜନ କହିଛନ୍ତି ଯେ, ମୁଁ ଜଣେ ଡାକ୍ତର । ଡାକ୍ତର ହୋଇଥିବାରୁ ମୋ ବିବେକ ଡାକିଲା । ତେଣୁ ରୋଗୀଙ୍କ ଚିକିତ୍ସା କଲି ।

ପ୍ରକାଶ ଯେ ଗତକାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଓପିଡି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା। ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ଜାଣିବା ପରେ ଆଜି ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଓପିଡିରେ ବସି ରୋଗୀ ଚିକିତ୍ସା କରିଥିଲେ।

 

Leave A Reply

Your email address will not be published.