ଅଲଗା ହେଲେ ସଚିନ ପାଇଲଟ ଓ ତାଙ୍କ ପତ୍ନୀ

0

ଜୟପୁର: ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ୍‌ ଏବଂ କଂଗ୍ରେସ ୱାର୍କିଂ କମିଟି ସଦସ୍ୟ ସଚିନ୍‌ ପାଇଲଟ୍‌ ଏବଂ ତାଙ୍କ ପତ୍ନୀ ସାରା ପାଇଲଟ୍‌ ଅଲଗା ହୋଇଛନ୍ତି । ସଚିନ ପାଇଲଟ ଏବଂ ସାରା ପାଇଲଟଙ୍କ ମଧ୍ୟରେ ଛାଡପତ୍ର ହୋଇଛି । ପାଇଲଟଙ୍କ ନିର୍ବାଚନ ପ୍ରମାଣପତ୍ରରୁ ଏହା ପ୍ରକାଶ ପାଇଛି । ଟଙ୍କ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିବା ପରେ ସଚିନ ଦେଇଥିବା ଆଫିଡେଭିଟରେ ତାଙ୍କ ପତ୍ନୀଙ୍କ ନାମ ଆଗରେ ‘ଛାଡପତ୍ର’ ଲେଖାଯାଇଛି ।

ସଚିନ୍‌ ଏବଂ ସାରାଙ୍କର ଏକ ପ୍ରେମ ବିବାହ ହୋଇଥିଲା । ଉଭୟ ଜାନୁଆରୀ ୨୦୦୪ ରେ ବିବାହ କରିଥିଲେ । ବିବାହର ୧୯ ବର୍ଷ ପରେ ଦୁହେଁ ଛାଡପତ୍ର ହୋଇଥିଲେ । ସୂଚନାଯୋଗ୍ୟ ଯେ ସାର ହେଉଛନ୍ତି ପୂର୍ବତନ ଜାମ୍ମୁ କାଶ୍ମୀରର ସିଏମ୍‌ ଫାରୁକ୍‌ ଅବଦୁଲ୍ଲାଙ୍କ ଝିଅ । ସଚିନ୍‌ ଏବଂ ସାରାଙ୍କର ୨ ପୁଅ ଅଛନ୍ତି । ସଚିନ ନିର୍ଭରଶୀଳ ସ୍ତମ୍ଭରେ ତାଙ୍କର ଦୁଇ ପୁଅଙ୍କ ନାମ ଲେଖିଛନ୍ତି ।

ଏହାପୂର୍ବରୁ, ୨୦୧୪ ଲୋକସଭା ନିର୍ବାଚନ ସମୟରେ ସଚିନ ଏବଂ ସାରାଙ୍କ ଅଲଗା ହେବାର ଖବର ଆସିଥିଲା କିନ୍ତୁ ସେତେବେଳେ ତାହା ନିଶ୍ଚିତ ହୋଇନଥିଲା ଏବଂ ଏହି ରିପୋର୍ଟଗୁଡିକ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

Leave A Reply

Your email address will not be published.