IPS ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ୍‌ସ୍ତରରେ ମଙ୍ଗଳବାର ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ୧୯୮୮ ବ୍ୟାଚ ଆଇପିଏସ ଅଫିସର ଅରୁଣ କୁମାର ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି। ସେହିପରି ୧୯୮୯ ବ୍ୟାଚ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ଜେଲ ବିଭାଗ ଡିଜି ଭାବେ ବଦଳି କରାଯାଇଛି।

୧୯୯୨ ବ୍ୟାଚ ଲଳିତ ଦାସଙ୍କୁ ଏଚ୍‌ଆର୍‌ପିସି ଏଡିଜି ଭାବେ ବଦଳି କରାଯାଇଛି। ୨୦୦୮ ବ୍ୟାଚ ଉମାଶଙ୍କର ଦାଶଙ୍କୁ ଡିଆଇଜି SIW ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୨୦୦୯ ବ୍ୟାଚ ଅଫିସର ବ୍ରିଜେଶ କୁମାର ରାୟଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.