ନୂଆଦିଲ୍ଲୀ(ଆମ ଟିଭି): ଦିନ ଦିନକୁ ଖରାପ ହେଉଛି ଦିଲ୍ଲୀ ପରିବେଶ। ବାୟୁ ପ୍ରଦୂଷଣ ଏତେ ବଢିଯାଇଛି ଯେ ସ୍ଥିତି ସାଂଘାତିକ ହୋଇଛି। ଦିଲ୍ଲୀରେ ଅଧିକାଂଶ ସ୍ଥାନରେ ବାୟୁର ମାନ ୪୦୦ ପାର କରିଛି । ଯାହା ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରଣ ବୋଲି କୁହାଯାଉଛି । ଏଥିପାଇଁ ଦୁଇ ଦିନ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ସବୁ ଘରୋଇ ଏବଂ ସରକାରୀ ପ୍ରାଥମିକ ସ୍କୁଲଗୁଡିକୁ ବନ୍ଦ ରଖଯାଇଛି ।
ବିଦ୍ୟାଳୟଗୁଡିକୁ ଅନଲାଇନରେ ପାଠ ପଢାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ୟ୍ୟକୁ ବନ୍ଦ ରଖାଯାଇଛି। ନିର୍ମାଣ ସହ ଭଙ୍ଗାରୁଜା କାର୍ୟ୍ୟ ମଧ୍ୟ ବନ୍ଦ ରଖାଯାଇଛି । ଦିଲ୍ଲୀ ଭିତରକୁ ହାଲୁକା ବାଣିଜ୍ୟିକ ଯାନ ଏବଂ ଡିଜେଲ ଟ୍ରକ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଉପୁଜିଥିବା ସ୍ଥିତିର ସମୀକ୍ଷା ପାଇଁ ଆଜି ମଧ୍ୟାନ ୧୨ ଟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ।