ବନ୍ଧା ହେଲେ ‘ଲଚକମଣି’ ଗୀତର ଗାୟକ

0

ଭୁବନେଶ୍ୱର(ଆମ ଟିଭି): ବନ୍ଧା ହେଲେ ଓଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ତଥା ଲୁକମଣୀ ଗୀତର ଗାୟକ ଦେବେଶ ପତି। ଜଣେ ଯୁବତୀଙ୍କୁ ଲଭ୍, ସେକ୍ସ ଓ ଧୋକା ଦେବା ଅଭିଯୋଗରେ ନୟାପଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି। ଭଦ୍ରକର ଅଂଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।।

ଯୁବତୀ ଜଣଙ୍କ ଦେବେଶଙ୍କ ନାଁ’ରେ ଥାନାରେ ଅଭିଯୋଗ କରିଥିଲେ। ଦେବେଶ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀରେ ରୁହନ୍ତି। ଗତକାଲି ସେ ଯାଜପୁରରେ କାର୍ୟ୍ୟକ୍ରମରେ ଥିବା ବେଳେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦେବଶ ସଂପୃକ୍ତ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ମୂହର୍ତ୍ତରେ ଯୁବତୀଙ୍କୁ ଧକ୍କା ଦେଇଥିଲେ।ଏହା ସହ ଯୁବତୀଙ୍କ ପାଖରୁ ଦେବେଶ ଟଙ୍କା ପଇସା ନେଇଥିବା ଅଭିଯୋଗ ହୋଇଛି। ପୁଲିସ ଯୁବତୀଙ୍କ ସହ ଦେବେଶଙ୍କ ହ୍ୱାଟ୍ସଆପ୍ ଚାଟ୍, ଅନ୍ୟାନ୍ୟ ପ୍ରମାଣ ଦେଖି ତାଙ୍କ ଗରଫ କରିଛି।

Leave A Reply

Your email address will not be published.