ଗିରଫ ହେଲେ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ

0

ଧରାପଡିଲା ଦେଶର ସବୁଠୁ ଧନୀ ଓ ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ଏହି ମାମଲାରେ ତେଲେଙ୍ଗାନାରୁ ଜଣେ ୧୯ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି। ପୁଲିସ ଏହି ଯୁବକଙ୍କୁ କୋର୍ଟ ହାଜର କରିବା ପରୋ ନଭେମ୍ବର ୮ ଯାଏ ହେପାଜତକୁ ନେଇଛି। ଉକ୍ତ ଯୁବକ ଜଣକ ଗଣେଶ ରମେଶ ବନପାରାଧୀ ବୋଲି ପରିଚୟ ମିଳିଛି।

ଉଲ୍ଲେଖ ଯୋଗ୍ୟ ମୁକେଶ ଅମ୍ବାନିଙ୍କୁ ତିନି ଥର ହତ୍ୟା ଧମକ ମିଳିଥିଲା। ଅକ୍ଟୋବର ୨୭ ତାରିଖରେ ପ୍ରଥମେ ଅମ୍ବାନି ସିକ୍ୟୁରିଟି-ଇନ୍‌ଚାର୍ଜଙ୍କ ଇ-ମେଲକୁ ଏକ ମେଳ୍ ଆସିଥିଲା। ଏଥିରେ ମୁକେଶ ଅମ୍ବାନିଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ୨୦ ଟଙ୍କା ନଦେଲେ ଅମ୍ବାନିଙ୍କୁ ହତ୍ୟା କରିବାକୁ ଏଥିରେ କୁହାଯାଇଥିଲା। ତେବେ ପୁଣି ଥରେ ଅକ୍ଟୋବର ୨୮ରେ ଆଉ ଏକ ଇ-ମେଲ୍‌ ଆସିଥିଲା। ଏଥିରେ ସେ ୨୦୦ କୋଟି ଟଙ୍କା ଡିମାଣ୍ଡ କରିଥିଲେ। ଏହାପରେ ଅକ୍ଟୋବର ୩୦ ତାରିଖରେ ୪୦୦ କୋଟି ଟଙ୍କାର ଡିମାଣ୍ଡ କରାଯାଇଥିଲା। ପୋଲିସର ତଦନ୍ତରୁ ଶାଦବ ଖାନ ନାମକ ମେଲ୍ ଆଇଡିରୁ ବେଲଜିୟମରୁ ଏହି ମେଲ୍‌ ଆସିଥିବା ଜଣାପଡିଥିଲା।

Leave A Reply

Your email address will not be published.