ପୁରୀ (ଆମ ଟିଭି): ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବାବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଏଥିରେ ପ୍ରମୁଖ ପ୍ରସଙ୍ଗ ରହିବ। କାରଣ ଆସନ୍ତା ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ।
ତ୍ରିଦିବସାତ୍ମକ ପୂଜାର୍ଚ୍ଚନା ସହ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଜାନୁଆରୀ ୧୨ ତାରିଖରୁ ହୋମ ଯଜ୍ଞ ଆରମ୍ଭ ହେବ । ୧୫ ତାରିଖରୁ ହେବ ପ୍ରତିଷ୍ଠା ପାଇଁ ଯଜ୍ଞ ଉତ୍ସବ । ନୃସିଂହ ମନ୍ତ୍ରରେ ପ୍ରକମ୍ପିତ ହେବ ସିଂହଦ୍ୱାର । ଜାନୁଆରୀ ୧୭ ତାରିଖରେ ଯଜ୍ଞର ପୂର୍ଣାହୁତି ଦେବେ ଗଜପତି ମହାରାଜ ଏବଂ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏନେଇ ବିଶେଷ ଭାବେ ଆଲୋଚନା ହେବାର ରହିଛି ।