ଗିରଫ ହେଲେ ପ୍ରଯୋଜକ ଟୁଟୁ ନାଟକ

0

ଟୁଟୁ ନାୟକଙ୍କୁ ଗିରଫ କଲା ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ପୁଲିସ୍‌ ଗିରଫ କରିଛି। ଫିଲ୍ମ ପ୍ରମୋସନ୍‌ ବେଳେ ଦେବସ୍ମିତାଙ୍କୁ ଟୁଟୁ ନାୟକ ଅସଦାଚରଣ କରିଥିଲେ।

ଶୁକ୍ରବାର ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ଯୋଗଦେଇଥିଲେ। ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସିଥିଲେ। ଗେଟ୍‌ ମଝିରେ ଛିଡ଼ା ହୋଇଥିଲେ। ସେହି ସମୟରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲି ଦେଇଥିଲେ। ପରେ ତାଙ୍କ ଗାଲ୍‌କୁ ଚାପୁଡାଏ ମାରିଥିଲେ।

Leave A Reply

Your email address will not be published.