ବଢିଲା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ

0

ମହାଦେବ ବେଟିଂ ଆପ୍‌କୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ହରଡ଼ଘଣାରେ ପଡ଼ିଥିବା ବେଳେ ଏବେ ଆଉ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ବଘେଲଙ୍କ ବିରୋଧରେ ଏପରି ସାଂଘାତକି ଅଭିଯୋଗ ଆଣିଛନ୍ତି ଖୋଦ ମହାଦେବ ବେଟିଂ ଆପ୍‌ର ମାଲିକ ଶୁଭମ ସୋନି। ମାତ୍ର ଶୁଭମ ସୋନିଙ୍କ ସମସ୍ତ ଅଭିଯୋଗକୁ ବଘେଲ ସିଧାସଳଖ ଖଣ୍ଡନ କରି ଦେଇଛନ୍ତି।

ନିଜ ଆପ୍‌କୁ ସୁରୁଖୁରରେ ପରିଚାଳନା କରିବା ପାଇଁ ଓ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ୫୦୮ କୋଟି ଦେଇଥିବା ସେ କହିଛନ୍ତି। ଦୁବାଇରେ ଥିବା ଶୁଭମ ସୋନି ଏପରି ଏକ ଚାଞ୍ଚଲ୍ୟକର ଅଭିଯୋଗର ଭିଡିଓ କରି ଛାଡ଼ିଛନ୍ତି।

ନିଜ ଭିଡିଓରେ ସେ କହିଛନ୍ତି, ମୁଁ ୨୦୨୧ ମସିହାରୁ ଏହି ଆପ୍‌ ଖୋଲିଛି । ଏଥିନିମନ୍ତେ ଆବଶ୍ୟକ ସମସ୍ତ କାଗଜପତ୍ର ବି ମୋ ପାଖରେ ଅଛି। ଖୁବ୍‌ ଶୀଘ୍ର ଏହି ଆପ୍‌ ଜରିଆରେ ବହୁ ଅର୍ଥ ରୋଜଗାର ହେଲା। ଏହାପରେ ଧୀରେ ଧୀରେ ମୋ’ ସହଯୋଗୀମାନଙ୍କୁ ଟାର୍ଗେଟ କରାଗଲା। ଏଥିରୁ ରକ୍ଷା ପାଇବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସହଯୋଗୀ ବିନୋଦ ବର୍ମାଙ୍କୁ ସବୁ ମାସ ୧୦ ଲକ୍ଷ ଲେଖାଏ ଦେଲି।

Leave A Reply

Your email address will not be published.