ଭୁବନେଶ୍ୱରରୁ ଜୟପୁରକୁ ଆରମ୍ଭ ହେଲା ବିମାନ ସେବା
ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ। ଭୁବନେଶ୍ୱରରୁ ସକାଳ ୭ଟା ୧୫ରେ ଛାଡ଼ିବା ପରେ ଜୟପୁରରେ ୮ଟା ୪୦ ମିନିଟରେ ପହଞ୍ଚିଛି ବିମାନ। ଏହାପରେ ୯ଟାରେ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି ବିମାନ। ସପ୍ତାହକୁ ଦୁଇ ଦିନ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ବିମାନ ଚଳାଚଳ କରିବ।
ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି। ଆଜି ପ୍ରଥମ ଫ୍ଲାଇଟରେ ଭୁବନେଶ୍ୱରରୁ ୬ ଜଣ ଯାତ୍ରୀ ଜୟପୁର ଗସ୍ତ କରିଛନ୍ତି। ସେହିପରି ଜୟପୁରରୁ ୮ ଜଣ ଯାତ୍ରୀ ଫ୍ଲାଇଟ୍ ଯୋଗେ ଭୁବନେଶ୍ୱର ଯାତ୍ରା କରିଛନ୍ତି।