ନାମାଙ୍କନ ଭରିଲେ ଅଶୋକ ଗେହଲଟ
ନୂଆଦିଲ୍ଲୀ:ନିର୍ବାଚନକୁ ନେଇ ସରଗରମ ରହିଛି ରାଜସ୍ଥାନ ରାଜନୈତିକ ପାଣିପାଗ । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ସର୍ଦ୍ଦାରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି, ‘ପୂର୍ବରୁ ରାଜସ୍ଥାନ ଏକ ପଛୁଆ ରାଜ୍ୟ ଭାବରେ ଜଣାଶୁଣା ଥିଲା, କିନ୍ତୁ ବର୍ତ୍ତମାନ ଏହା ବଦଳିଛି । ଆଜି ରାଜସ୍ଥାନରେ ଏଆଇଆଇଏମଏସ, ଆଇଆଇଟି, ଆଇଆଇଏମଏବଂ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଛି । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲି, ସେଠାରେ କେବଳ ୬ ଟି ବିଶ୍ୱବିଦ୍ୟାଳୟ ଥିଲା ଏବଂ ବର୍ତ୍ତମାନ ୧୦୦ ରୁ ଅଧିକ କଲେଜ ଅଛି । ରାଜସ୍ଥାନରେ ସରକାରଙ୍କୁ ପୁନରାବୃତ୍ତି କରିବାକୁ ରାଜ୍ୟବାସୀ ମନୋଭାବରେ ଅଛନ୍ତି ।