ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି
ଭୁବନେଶ୍ବର(ଆମ ଟିଭି): ଏନଡିଏ ସମର୍ଥିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ କରିବ ବିଜେଡି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଗଦୀପଙ୍କୁ ସମର୍ଥନ ଦେବା ପାଇଁ ନବୀନଙ୍କୁ ମୋଦି କହିଥିଲେ। ନବୀନ ମଧ୍ଯ ଜଗଦୀପଙ୍କୁ ସମର୍ଥନ ଦେବ ବୋଲି ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଜଗଦୀପଙ୍କ ନାମାଙ୍କନ ସମୟରେ ମଧ୍ୟ ବିଜେଡି ସାଂସଦ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।