ବାଣ ଫୁଟାଇବାକୁ ନେଇ ଗାଇଡଲାଇନ ଜାରି କଲା ଅଗ୍ନିସମ ବାହିନୀ

0

ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ଅଗ୍ନିଶମ ବାହିନୀ। ନିର୍ଦ୍ଦେଶନାମା ଅନୁସାରେ, ଛୋଟଛୁଆମାନେ ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାନ୍ତୁ ।ଗୋଟିଏ ଦିନ ପରେ ଅର୍ଥାତ ରବିବାର ଆଲୋକର ପର୍ବ ଦୀପାବଳି। ଲୋକେ ଏହି ଦିନ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିବେ। ଏହାସହ ବାଣ ମଧ୍ୟ ଫୁଟାଇବେ  ସିଧା ସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ। ବାଣ ଫୁଟାଇଲା ବେଳେ ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ। ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ। ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ। ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ।

ଅନ୍ୟପକ୍ଷରେ ଆଲୋକର ପର୍ବ ଦୀପାବଳି ପାଇଁ ଗତକାଲି ବିଏମସିର ପ୍ରସ୍ତୁତି ବୈଠକ ହୋଇଯାଇଛି l ରାଜଧାନୀବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ୱର ମେୟର।ଏହାସହ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ଦୀପାବଳି ପାଳନ କରିବାକୁ କହିଛନ୍ତି। ମେୟର କହିଛନ୍ତି ଯେ, ବେପାରୀମାନେ ଏଣେତେଣେ ବସି ବ୍ୟବସାୟ କରିପାରିବେ ନାହିଁ।ଜନବସତିଠାରୁ ଦୂରରେ ସ୍ଥାନ ଦିଆଯାଇଛି, ସେଠାରେ ବ୍ୟବସାୟ କରିବେ। ବ୍ୟବସାୟ ସହ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିବା ମେୟର ସୂଚନା ଦେଇଛନ୍ତି। ସୁରକ୍ଷା ପାଇଁ ବ୍ୟବସାୟୀ ମାନେ ପାଣି ବାଲଟି, ଅଗ୍ନିନିର୍ବାପକ ଯନ୍ତ୍ର ଓ ଡଷ୍ଟବିନ ରଖିବେ। ଅନୁଧ୍ୟାନ ପାଇଁ ଜଏଣ୍ଟ ଏନଫୋର୍ସମେଣ୍ଟ  ଗଠନ କକରାଯାଇଛି l ଏହି ଟିମରେ ବିଏମସି, ପ୍ରଦୂଷଣ ବୋର୍ଡ ଓ ପୁଲିସଅଧିକାରୀ ମିଳିତ ଭାବେ ରହିବେ।

Leave A Reply

Your email address will not be published.