ଦିପାବଳୀ ପାଇଁ ବିଏମସିର ପ୍ରସ୍ତୁତି ବୈଠକ

0

ଭୁବନେଶ୍ୱର (ଆମ ଟିଭି): ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ସବୁଠି ଉତ୍ସବର ମାହୋଲ। ଲୋକମାନେ ଘରେ ରଂଗୋଲି କରି ନୂଆ ଡ୍ରେସ୍ ପିନ୍ଧି, ମିଠା ଖାଇ, ବାଣ ଫୁଟାଇ ଦୀପାବଳି ପାଳନ କରିବେ। ଏଥିପାଇଁ ଗତକାଲି ବିଏମସିର ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଜଧାନୀବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ୱର ମେୟର। ଏହାସହ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ଦୀପାବଳି ପାଳନ କରିବାକୁ କହିଛନ୍ତି।

ମେୟର କହିଛନ୍ତି ଯେ, ବେପାରୀମାନେ ଏଣେତେଣେ ବସି ବ୍ୟବସାୟ କରିପାରିବେ ନାହିଁ।ଜନବସତିଠାରୁ ଦୂରରେ ସ୍ଥାନ ଦିଆଯାଇଛି, ସେଠାରେ ବ୍ୟବସାୟ କରିବେ। ବ୍ୟବସାୟ ସହ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିବା ମେୟର ସୂଚନା ଦେଇଛନ୍ତି। ସୁରକ୍ଷା ପାଇଁ ବ୍ୟବସାୟୀ ମାନେ ପାଣି ବାଲଟି, ଅଗ୍ନିନିର୍ବାପକ ଯନ୍ତ୍ର ଓ ଡଷ୍ଟବିନ ରଖିବେ। ଅନୁଧ୍ୟାନ ପାଇଁ ଜଏଣ୍ଟ ଏନଫୋର୍ସମେଣ୍ଟ ଗଠନ କକରାଯାଇଛି । ଏହି ଟିମରେ ବିଏମସି, ପ୍ରଦୂଷଣ ବୋର୍ଡ ଓ ପୁଲିସଅଧିକାରୀ ମିଳିତ ଭାବେ ରହିବେ।

 

Leave A Reply

Your email address will not be published.