ଆସୁଛି ବଡ଼ ବର୍ଷା, ଆହୁରି ବଢିବ ଶୀତ

0

ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ଆସୁଥିବାରୁ ଆସନ୍ତା ୧୫ରୁ ବର୍ଷାର ସମ୍ଭାବନା ରହିଛି। ନଭେମ୍ବର ୧୪ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୧୫ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆକଳନ ଅନୁସାରେ, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଦିଗ ବଦଳାଇ ୧୬ ତାରିଖ ସୁଦ୍ଧା ଉତ୍ତର ଦିଗକୁ ମୁହାଁଇପାରେ । ଏହା ପ୍ରଭାବରେ ୧୫ରୁ ଦକ୍ଷିଣ ଓଡ଼ଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହା ଉତ୍ତର ଦିଗକୁ ମୁହାଁଉଥିବାରୁ ଉପକୂଳ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୬ ତାରିଖ ରାତିରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୬ରୁ ୧୮ ତାରିଖ ଭିତରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ସେପଟେ ଶୀତର ପ୍ରଭାବ ଧୀରେ ଧୀରେ ବଢିବ ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.