ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ବ୍ୟାଟ ଉପହାର
ନୂଆଦିଲ୍ଲୀ : ଦିୱାଲୀ ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବ୍ରିଟେନ ଗସ୍ତରେ ଥିଲେ । ଏଠାରେ ଏସ ଜୟଶଙ୍କର ଲଣ୍ଡନର ବିଏଜିଏସ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରରେ ପ୍ରାର୍ଥନା କରି ଦିୱାଲୀ ପାଳନ କରିଥିଲେ । ଜୟଶଙ୍କର ବ୍ରିଟେନର ଭାରତୀୟ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ମଧ୍ୟ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।
ଏସ ଜୟଶଙ୍କରଙ୍କ ଗସ୍ତ ପରେ ଜଣାପଡିଛି ଯେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ମଧ୍ୟ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ । ଦୁଇ ନେତାଙ୍କ ସାକ୍ଷାତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ବିରାଟ କୋହଲିଙ୍କ ବ୍ୟାଟ ଋଷି ସୁନାକଙ୍କୁ ଉପହାର ଦେଇଥିଲେ, ଯେଉଁଥିରେ କ୍ରିକେଟରଙ୍କ ଦସ୍ତଖତ ମଧ୍ୟ ରହିଥିଲା ।