ପୁଣି ରାହୁଲଙ୍କ ଉପରେ ବର୍ଷିଲେ ଅଖିଳେଶ
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦୋହଲିଲାଣି ଇଣ୍ଡିଆ ମେଣ୍ଟ। ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟି ହେଲାଣି ଫାଟ। ବଢ଼ିଲାଣି ମନାନ୍ତର ଓ ମତାନ୍ତର। ଉତ୍ତରପ୍ରଦେଶର ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବଢ଼ୁଥିବା କନ୍ଦଳ ଏବେ ପଦାରେ ପଡିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ।
ଜାତିଗତ ଜନଗଣନାକୁ ରାହୁଲ ଗାନ୍ଧି ପ୍ରାଧାନ୍ୟ ଦେଉଥିବାବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଖିଳେଶ ଯାଦବ। ପୂର୍ବରୁ କଂଗ୍ରେସ କ୍ଷମତାରେ ଥିବାବେଳେ କାହିଁକି ଜନଗଣନା କରିନଥିଲେ ବୋଲି ଅଖିଲେଶ ପ୍ରଶ୍ନ କରିଛନ୍ତି। ଅଖିଳେଶ ଯାଦବଙ୍କ ଏହି ମନ୍ତବ୍ୟ ପରେ ଇଣ୍ଡିଆ ମେଣ୍ଟରେ ଥିବା ମତଭେଦ ଏବେ ସାମ୍ନାକୁ ଆସିଛି।