ହାରିଗଲେ ବୃଦ୍ଧା

0

ସୋନପୁର: ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ କଇଁଫୁଲ ଛକ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ମୁକୁଳା ପଡିଥିବା ଏକ ବୋରୱେଲ ଗାତରେ ଦୁଃଖୀ ନେଗୀ ନାମ୍ନୀ ଜଣେ ବୃଦ୍ଧା ଖସି ପଡିଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍‌ ଟିମ୍‌ ସହଯୋଗରେ ଗାତ ଖୋଳାଯାଇ ପ୍ରାୟ ୫ଘଣ୍ଟାର ଅପରେଶନ ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି।

ହେଲେ ଉକ୍ତ ବୋରୱେଲ କି’ଏ ଖୋଳିଥିଲେ ତାହାର ତଦନ୍ତ କରାଯିବ ବୋଲି ସୁବର୍ଣ୍ଣପୁର ଜିଲା ଏସ୍‌ପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି। ଏପରି କି ତଦନ୍ତ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। ଅନ୍ୟପକ୍ଷେ ଦୀର୍ଘ ବର୍ଷ ହେଲା ବୋରୱେଲ ଖୋଳାଯାଇ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଜଣାପଡିଛି।

ଅନ୍ୟପକ୍ଷେ ବୋରୱେଲ ଗାତରେ ଏକ ବିଷଧର ଚିତି ସାପ ରହିଥିଲା। ହେଲେ ବୃଦ୍ଧାଙ୍କୁ କିଛି କ୍ଷତି ପହଞ୍ଚାଇ ନ ଥିବା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀ କହିଛନ୍ତି।

Leave A Reply

Your email address will not be published.