ଆଉ ମାତ୍ର କେଇ ସମୟର ଅପେକ୍ଷା, ଚାହିଁ ରହିଛନ୍ତି ଦର୍ଶକ

0

ଘରୋଇ ପରିବେଶ। ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମ। ସାମ୍ନାରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ମାହିର ନ୍ୟୁଜିଲ୍ୟାଣ୍ଡ। ଏସବୁ ଭିତରେ ଆଜି ବିଶ୍ୱକପ ସେମି ଫାଇନାଲ ଖେଳିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ଚଳିତ ବିଶ୍ୱକପରେ ଭାରତ ଅପରାଜେୟ ରହିଛି। ଆଇସିସି ଇଭେଣ୍ଟରେ ଭଲ ପ୍ରଦର୍ଶନ କରିପାରୁ ନଥିବାରୁ ଟିମ ଇଣ୍ଡିଆ ପୂର୍ବରୁ ଅନେକ ଥର ସମାଲୋଚନାର ଶିକାର ହୋଇଛି।

କିନ୍ତୁ ଏଥର ଦଳ ୯ ମ୍ୟାଚ୍‌ରୁ ୯ ବିଜୟ ହାସଲ କରିଛି। ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆ ବିଶ୍ୱକପରେ ସମସ୍ତ ମ୍ୟାଚ୍‌ ଜିତି ବିଶ୍ୱ ବିଜେତା ହୋଇଥିଲା। ଏବେ ଭାରତ ମଧ୍ୟ ସେହି ଦିଗରେ ଯାଉଛି।

ଭାରତ ପାଇଁ ବର୍ତ୍ତମାନ ସବୁ କିଛି ଠିକ ଠାକ ଚାଲିଛି। ରୋହିତ ଶର୍ମା ବିଶ୍ୱକପରେ ଜବରଦସ୍ତ ଢଙ୍ଗରେ ନେତୃତ୍ୱ ନେଉଛନ୍ତି। ଆରମ୍ଭରୁ ହିଁ ଆଟାକିଂ ଶଟ ଖେଳି ପ୍ରତିପକ୍ଷଙ୍କୁ ଧରାଶାୟୀ କରୁଛନ୍ତି। ବିରାଟ କୋହଲି ୯ ମ୍ୟାଚ୍‌ରୁ ୫୯୩ ରନ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ୨୦୧୯ ବିଶ୍ୱକପରେ ଭାରତର ମଧ୍ୟକ୍ରମ କାମ ଦେଉ ନଥିଲେ। କିନ୍ତୁ ୨୦୨୩ରେ ଶ୍ରେୟସ ଆୟର ଓ କେଏଲ ରାହୁଲ ରନ କରୁଛନ୍ତି।

Leave A Reply

Your email address will not be published.