ଶୀତକାଳୀନ ଅଧିବେଶନ: ୨୦ରେ ବସିବ ସର୍ବଦଳୀୟ ବୈଠକ

0

ଭୁବନେଶ୍ବର (ଆମ ଟିଭି) : ପାଖେଇ ଆସିଲାଣି ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭାର ଆସନ୍ତା ଶୀତକାଳୀନ ଅଧିବେଶନ ଲାଗି ଚଳିତମାସ ୨୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଚଳିତ ଅଧିବେଶନ କିଭଳି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଏ ସଂକ୍ରାନ୍ତରେ ବିଧାନସଭା ପକ୍ଷରୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହିତ ସିପିଆଇଏମକୁ ଅବଗତ କରାଯାଇଛି।

ଏହି ଅଧିବେଶନ କାଳରେ ୨୪ଟି ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ୬ଟି ଘରୋଇ ବିଧେୟକ ଓ ସଂକଳ୍ପ ରହିଛି। ଏହି ଅବଧି ମଧ୍ୟରେ ନଭେମ୍ବର ୨୫, ୨୬ ଓ ୨୭ ତାରିଖ ଛୁଟି ରହିଥିବାବେଳେ ଡିସେମ୍ବର ୩, ୯, ୧୦, ୧୭, ୨୩, ୨୪ ଓ ୨୫ରେ ବିଭିନ୍ନ ପର୍ବପର୍ବାଣି ପଡୁଥିବାରୁ ବିଧାନସଭା ଅଧିବେଶନ ବନ୍ଦ ରହିବ ବୋଲି ବିଜ୍ଞପ୍ତିରୁ ଜଣାଯାଇଛି।

Leave A Reply

Your email address will not be published.