ବାପାକୁ ପିଟିପିଟି ମାରିଦେଲା ପୁଅ

0

ନୀଳଗିରି (ଆମ ଟିଭି):  ଏମିତି ନୃଶଂସ ପୁଅ କାହାକୁ ନ ମିଳୁ ।  ବାପାକୁ ପିଟିପିଟି ମାରିଦେଲା ପୁଅ। ଝିଅଙ୍କ ଦ୍ବାରା ଏଭଳି ଅଭିଯୋଗ ଆସିବା ପରେ ବାଲେଶ୍ବର ଜିଲ୍ଲା ନୀଳଗିରି ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ‌ହୋଇଛି। ମୃତ ବ୍ୟକ୍ତି ହେଲେ ରାମଚନ୍ଦ୍ର ପଣ୍ଡା।

ସୂଚନା ଅନୁସାରେ ନୀଳଗିରି ଥାନା ଅଧୀନ ଶ୍ୟାମସୁନ୍ଦରପୁର ଅଞ୍ଚଳର ଓତାସାହି ଗ୍ରାମର ରାମଚନ୍ଦ୍ର ପଣ୍ଡାଙ୍କୁ ତାଙ୍କ ପୁଅ ସୁମନ୍ତ ପଣ୍ଡା ପିଟିପିଟି ମାରିଥିବା ଅଭିଯୋଗ କରିଛନ୍ତି ଝିଅ ସୁକାନ୍ତୀ ଦାଶ। ଶ୍ରୀମତୀ ଦାସ କହିଛନ୍ତି, ତାଙ୍କ ବାପାଙ୍କୁ ପୂର୍ବରୁ ସାନ ଭାଇ ଅତ୍ୟାଚାର କରୁଥିଲା। ତାଙ୍କୁ ମାରିଦେଇ ସ୍ବର୍ଗରଥରେ ପୁରୀ ନେଇଯିବା ପାଇଁ ବ୍ୟବସ୍ଥା କରିଥିଲା। ହେଲେ ଝିଅ ସୁକାନ୍ତୀ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.