ତିରୁପତି ମନ୍ଦିରରେ ମୋଦି
ତିରୁପତି: ଆଜି ସକାଳ ପ୍ରାୟ ୮ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିରୁମାଲା ଅଞ୍ଚଳର ପର୍ବତ ଉପରେ ଥିବା ପ୍ରଭୁ ଭେଙ୍କଟେଶ୍ବରଙ୍କ ପ୍ରସିଦ୍ଧ ମନ୍ଦିରକୁ ଯାଇ ସବୁ ଭାରତୀୟଙ୍କର ଉତ୍ତମ ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି।
ଏ ସଂକ୍ରାନ୍ତରେ ‘ଏକ୍ସ୍’ରେ କରିଥିବା ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ତିରୁମାଲାସ୍ଥିତ ଶ୍ରୀଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ୧୪୦ କୋଟି ଭାରତୀୟଙ୍କ ସୁ-ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛି।