ରାଷ୍ଟ୍ରପତି ନିର୍ବାଚନରେ ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ: କିଏ ଆଗରେ ଅଛନ୍ତି ଜାଣନ୍ତୁ ?

0

ନୂଆଦିଲ୍ଲୀ (ଆମ ଟିଭି): ଦେଶର ୧୫ ତମ ରାଷ୍ଟ୍ରପତି କିଏ ହେବ? କିଏ ହେବ ଦେଶର ପରପର୍ତ୍ତି ମହାମହିମ? ତାକୁ ନେଇ ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ତେବେ ରାଷ୍ଟ୍ରପତି ନିର୍ବାଚନରେ ମତଦାନ ସରିଥିବା ବେଳେ ଆଜି ଭୋଯ୍ ଗଣତି ହେଉଛି । ଆଜି ସକାଳ ୧୧ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ତେବେ ପ୍ରଥମ ରାଉଣ୍ଡ ଭୋଟ ଗଣତି ଏବେ ଶେଷ ହୋଇଯାଇଛି । ପ୍ରଥମେ ସଂସଦରେ ଗ୍ରହଣ ହୋଇଥିବା ଭୋଟ ଗଣତି ହୋଇଛି । ଏବେ ଏହା ଶେଷ ହୋଇଛି । ଏହାପରେ ସବୁ ରାଜ୍ୟର ଅର୍ଥାତ ବିଧାୟକମାନଙ୍କ ଦ୍ୱାରା ଦିଆଯାଇଥିବା ଭୋଟ ଗଣତି ଆରମ୍ଭ ହେବ । ସଂସଦ ଭବନରେ ୧୮ ତାରିଖରେ ମୋଟ ୭୬୩ ଜଣ ଭୋଟ ଦେଇଥିଲେ । ୭୪୮ ବୈଧ ଭୋଟ ସଂଖ୍ୟା ରହିଛି । ସେହିପରି ୧୫ଟି ଭୋଟ ନାକଚ ହୋଇଯାଇଛି । ୭୪୮ ଭୋଟର ମୋଟ ମୂଲ୍ୟ ୫,୨୩,୬୦୦ ।

୭୪୮ ଭୋଟ ମଧ୍ୟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଛି । ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି । ୭୨ ପ୍ରତିଶତ ଭୋଟ ମୁର୍ମୁଙ୍କୁ ମିଳିଛି ପ୍ରଥମ ରାଉଣ୍ଡରେ । ମୁର୍ମୁଙ୍କୁ ମିଳିଥିବା ସାଂସଦଙ୍କ ଭୋଟର ମୋଟ ମୂଲ୍ୟ ୩,୭୮,୦୦୦ ଅଟେ । ଯେତବେଳେ କି ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧,୪୫,୬୦୦ ରହିଛି । ତେବେ ଦ୍ୱିତୀୟ ପର୍ୟ୍ୟାୟରେ ୧୦ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି ଆରମ୍ଭ ହେବ । ଆଲଫାବେଟ କ୍ରମରେ ରାଜ୍ୟମାନଙ୍କରେ ଭୋଟ ଗଣତି ହେବ । ଏହା ପରେ ଆଗାମୀ ୧୦ ରାଜ୍ୟରେ ବିଧାୟକଙ୍କ ଭୋଟ ଗଣତି ହେବ । ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ଧିରେ ଧିରେ ସ୍ପଷ୍ଟ ହେବାକୁ ଯାଉଛି । ଯଦି ଆକଳନ ଏଭଳି ଚାଲେ, ତେବେ ଦେଶର ଆଗାମୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

Leave A Reply

Your email address will not be published.