ରାଷ୍ଟ୍ରପତି ନିର୍ବାଚନ ଫଳାଫଳ : ଦ୍ୱିତୀୟ ପର୍ଯ୍ୟାୟରେ ବି ଆଗରେ ଦ୍ରୌପଦୀ

0

ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପାଇଁ ଭୋଟ୍ ଗଣତିର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କ ଠାରୁ ଆଗରେ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ମୁତାବକ ଦ୍ରୌପଦୀ ମୁର୍ମୁଙ୍କୁ ୧୩୪୯ ଭୋଟ ମିଳିଥିବା ବେଳେ ୟଶୱନ୍ତ ସିହ୍ନାଙ୍କୁ ୫୩୭ ଭୋଟ ମିଳିଛି । ଏବେ ୧୦ ଟି ରାଜ୍ୟର ଭୋଟ ଗଣତି ସମାପ୍ତ ହୋଇଛି । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟ ବ୍ୟତୀତ ଦ୍ୱିତୀୟ ପର୍ଯ୍ୟାୟରେ ଦ୍ରୌପଦୀ ମୁର୍ମୁଙ୍କୁ ୮୦୯ ଭୋଟ ମିଳିଛି । ଯାହାର ଭାଲ୍ୟୁ ୧,୦୫,୨୨୯ ରହିଛି । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ୩୨୯ ଭୋଟ ମିଳିଛି, ଏହାର ଭାଲ୍ୟୁ ରହିଛି ୪୪,୨୭୬ । ଏନେଇ ରାଜ୍ୟସଭା ସଂପାଦକ ସୂଚନା ଦେଇଛନ୍ତି ।

ସେପଟେ ଧିରେ ଧିରେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସ୍ପଷ୍ଟ ହେବାକୁ ଯାଉଥିବା ବେଳେ ଦ୍ରୌପଦୀଙ୍କ ବିଜୟ ଉତ୍ସବ ମନାଇବାକୁ ୧ ଲକ୍ଷ ୩୫ ହଜାର ଗ୍ରାମରେ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି ।

Leave A Reply

Your email address will not be published.