ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

0

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପାଇଁ ଚାଳିଛି ଜୋରସୋରରେ ପ୍ରସ୍ତୁତି ।  ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଯେପରି ସାରା ଦେଶରେ ଅକ୍ଷତ କଳସଯାତ୍ରା ବୁଲି ନିମନ୍ତ୍ରଣ କରାଯାଉଛି । ଠିକ୍ ସେହି ଢଙ୍ଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଦେଶ ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା ହୋଇଛି ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବାକୁ ଥିବା ବେଳେ ଦେଶ, ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ଚାରି ଧାମର ଶଙ୍କରାଚାର୍ଯ୍ୟ, ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର, ପ୍ରସିଦ୍ଧ ମନ୍ଦିର, ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ନିମନ୍ତ୍ରଣ କରାଯିବ। ମୋଟ ୭୪୬ଟି ଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ କରିବ ଶ୍ରୀମନ୍ଦିର ପ୍ରଶାସନ

Leave A Reply

Your email address will not be published.