ଘୋଷଣା ହେଲା ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ନୂଆଦିଲ୍ଳୀ (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଘୋଷଣା ହେଲା ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ‘ତାନାଜୀ’ ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଏବଂ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ‘ଶୋରାରାଇ ପୋଟ୍ଟ୍ରୁ’ ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିବାବେଳେ ‘ଶୋରାରାଇ ପୋଟ୍ଟ୍ରୁ’ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିଥିବା ସୁରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର, ‘ଶୋରାରାଇ ପୋଟ୍ଟ୍ରୁ’ ଫିଲ୍ମ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା, ‘ଶୋରାରାଇ ପୋଟ୍ଟ୍ରୁ’ ପାଇଁ ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ବିଶାଲ ଭରଦ୍ବାଜଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ସମେତ ମନୋଜ ମୁନ୍ଥାଶିରଙ୍କୁ ଶ୍ରେଷ୍ଠ ଗୀତିକାର ଭାବେ ବିବେଚନା ବିବେଚନା କରାଯାଇଛି। ବିଜୁ ମେନନ ଶ୍ରେଷ୍ଠ ସହଅଭିନେତା ଏବଂ ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଳୀ ଶ୍ରେଷ୍ଠ ସହ ଅଭିନେତ୍ରୀ। ଶ୍ରେଷ୍ଠ ସ୍କ୍ରିନ ପ୍ଲେ- ଶୋରାରାଇ ପୋଟ୍ଟ୍ରୁ, ଶ୍ରେଷ୍ଠ ହିନ୍ଦୀ ଫିଲ୍ମ- ତୁଲସି ଦାସ ଜୁନିୟର, ଶ୍ରେଷ୍ଠ ଗୀତିକାର – ମନୋଜ ମୁମତାଶିରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।