ରାଷ୍ଟ୍ରପତିଙ୍କ ଦରମା କେତେ ଜାଣନ୍ତି କି: ଜାଣନ୍ତୁ କ’ଣ କ’ଣ ସୁବିଧା ପାଇଥାନ୍ତି ରାଷ୍ଟ୍ରପତି?

0

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଇତିହାସରେ ଜୋଡି ହେଲା ଆଉ ଏପ ନୂଆ ଫର୍ଦ୍ଦ । ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ୨୪ ଜୁଲାଇରେ ଶେଷ ହେବ। ଆସନ୍ତା ୨୫ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାରେ ଦେଶର ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ହୋଇଛନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦେଶର ରାଷ୍ଟ୍ରପତିଙ୍କ ଦରମା କେତେ ହୋଇଥାଏ ଏବଂ ତାଙ୍କୁ କ’ଣ କ’ଣ ସୁବିଧା ଓ ଭତ୍ତା ମିଳିଥାଏ? ଜାଣନ୍ତୁ ଏ ବିଷୟରେ

୨୦୧୮ ଅକ୍ଟୋବରରେ ଭାରତର ରାଷ୍ଟ୍ରପତିଙ୍କ ଦରମା ୧.୫ ଲକ୍ଷରୁ ବଢ଼ି ୫ ଲକ୍ଷ ଟଙ୍କା ପ୍ରତି ମାସ ହୋଇଥିଲା। ରାଷ୍ଟ୍ରପତିଙ୍କୁ ମେଡିକାଲ ଏବଂ ହାଉସିଂ ଭଳି ସୁବିଧା ମିଳିଥାଏ। ଏହା ବ୍ୟତୀତ ଯେତେବେଳେ ତାଙ୍କ କାର୍ୟ୍ୟକାଳ ଶେଷ ହୋଇଥାଏ, ଏହାପରେ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କା ପେନ୍ସନ ମିଳିଥାଏ।

ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା
• ରାଷ୍ଟ୍ରପତିଙ୍କୁ ୫ ଲକ୍ଷ ଟଙ୍କା ମାସିକ ଦରମା ମିଳିଥାଏ, ଯାହା ସମ୍ପୂର୍ଣ୍ଣ ଭାବେ ଟ୍ୟାକ୍ସ ଫ୍ରି ହୋଇଥାଏ।
• ତାଙ୍କ ମେଡିକାଲ ଟ୍ରିଟ୍ମେଣ୍ଟ ଏବଂ ଯାଞ୍ଚ ମାଗଣା ହୋଇଥାଏ।
• ରାଷ୍ଟ୍ରପତି ଭବନ ୩୨୦ ଏକର ଜମିରେ ପରିବ୍ୟାପ୍ତ ହୋଇଛି, ଯେଉଁଥିରେ ୩୪୦ଟି କୋଠରୀ ରହିଛି।
• ଯାତାୟାତ ପାଇଁ ରାଷ୍ଟ୍ରପତିଙ୍କୁ ଏକ ସ୍ୱତନ୍ତ୍ର କାର (ମର୍ସିଡିଜ୍ ବେଞ୍ଜ୍ ଏସ୍ ୬୦୦) ମିଳିଥାଏ।
• ରାଷ୍ଟ୍ରପତି ଭବନର କର୍ମଚାରୀମାନଙ୍କ ଦରମା ବି ମଧ୍ୟ ମୋଟା ବଜେଟ୍ ଆବଣ୍ଟିତ ହୋଇଥାଏ।
• ରାଷ୍ଟ୍ରପତିଙ୍କୁ ଦୁଇଟି ଲ୍ୟାଣ୍ଡଲାଇନ ଏବଂ ଗୋଟିଏ ମୋବାଇଲ ଫୋନ ମିଳିଥାଏ, ଯାହାକି ଫ୍ରି ହୋଇଥାଏ।
• ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ବହୁତ ଶକ୍ତିଶାଳୀ ହୋଇ ଥାଆନ୍ତି। ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ ତାଙ୍କ ସହିତ ନଜର ଆସନ୍ତି।
• ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକଙ୍କୁ ରାଷ୍ଟ୍ରପତି ବଡିଗାର୍ଡ କୁହାଯାଇଥାଏ, ଯାହାଙ୍କ ସଂଖ୍ୟା ୮୬ ହୋଇଥାଏ।
• ସହଯୋଗୀଙ୍କ ସହିତ ରାଷ୍ଟ୍ରପତି ମାଗଣା ବିମାନ ଯାତ୍ରା ଏବଂ ରେଳ ଯାତ୍ରା କରି ପାରିବେ।

 

 

Leave A Reply

Your email address will not be published.