ରାମ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ଦେଇନପାରେ କଂଗ୍ରେସ

0

ନୂଆଦିଲ୍ଲୀ(ଆମ ଟିଭି): ଭବ୍ୟ ରାମ ମନ୍ଦିର ଉଦଘାଟନ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ରାମ ମନ୍ଦିର ଉଦ୍ଘାଟନ କାର୍ୟ୍ୟକ୍ରମକୁ ନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ଆରମ୍ଭ ହୋଇଛି। ଜାନୁୟାରୀ ୨୨ରେ ହେବାକୁ ଥିବା ଉଦ୍ଘାଟନୀ କାର୍ୟ୍ୟକ୍ରମରେ ୮ହଜାର ଅତିଥି ଉପସ୍ଥିତ ରହିବେ। ଏଥିରେ ବଡ ବଡ ବ୍ୟବସାୟୀ, ଶିଳ୍ପପତି, ନେତା, ସନ୍ଥ, ସେଲିବ୍ରେଟି ମଧ୍ୟ ସାମିଲ ହେବେ। ସେହିପରି ବିରୋଧୀ ଦଳ କଂଗ୍ରେସରୁ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜ୍ଜୁନ ଖାର୍ଗେ, ଲୋକସଭା ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ଏଥିସହ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏଚଡି ଦେବଗୌଡାଙ୍କୁ ମଧ୍ୟ ଡକାଯାଇଛି। ଅନ୍ୟପଟେ ଉତ୍ସବରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ତେବେ ଏହାରି ଭିତରେ ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କଂଗ୍ରେସ ନେତା ଏହି ଆୟୋଜନରେ ଯୋଗ ଦେଇ ନ ପାରନ୍ତି ବୋଲି ଅନୁମାନ କରାଯାଉଛି।

ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସବୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି। ସୋନିଆ ଗାନ୍ଧୀ ସମେତ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କୁ ଟ୍ରଷ୍ଟ ପ୍ରତିନିଧୀମାନେ ନିମନ୍ତ୍ରଣ ଦେଇଛନ୍ତି। ଏହାରି ଭିତରେ କଂଗ୍ରେସ ନେତାମାନେ କାର୍ୟ୍ୟକ୍ରମରେ ଯୋଗ ନ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଭାଜପା କଂଗ୍ରେସ ବିରୋଧରେ ହିନ୍ଦୁତ୍ୱ କାର୍ଡରେ ଆକ୍ରମଣ କରିପାରେ। ଯଦି କଂଗ୍ରେସ ନେତା କାର୍ୟ୍ୟକ୍ରମରେ ଯୋଗ ନ ଦିଅନ୍ତି ତେବେ ୨୪ ନିର୍ବାଚନରେ ବିରୋଧୀଙ୍କୁ ନିଶାଣ କରିବା ପାଇଁ ଭାଜପା ଏହାକୁ ନେଇ ବଡ ଗୋଟି ଚାଲଣ କରିପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.