ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପ ବ୍ୟାନ କଲା ଭାରତ

0

ନୂଆଦିଲ୍ଲୀ(ଆମ ଟିଭି): ଔଷଧକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପକୁ ବ୍ୟାନ କରିଛନ୍ତି । କଫ ସିରପ ଯୋଗୁଁ ବିଶ୍ୱସ୍ତରରେ ୧୪୧ ପିଲାଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି। ନିୟାମକ ସଂସ୍ଥା ଶିଶୁମାନଙ୍କ ପାଇଁ କଫ ସିରଫକୁ ବ୍ୟବହାର ନ କରିବାକୁ କହିଛି। ୨୦୧୯ ଠାରୁ ଭାରତରେ ଘରୋଇ ଉତ୍ପାଦିତ କଫ ସିରପ ଯୋଗୁ ଶିଶୁ ମୃତ୍ୟୁ ପରେ ଏହି ନିର୍ଦ୍ଦେଶନାମା ଆସିଛି। ଗତ ବର୍ଷ ମଧ୍ୟଭାଗରୁ ଗାମ୍ବିଆ, ଉଜବେକିସ୍ତାନ ଏବଂ କାମେରୁନରେ ଭାରତରେ ପ୍ରସ୍ତୁତ ହୋଇଥିବା କଫ ସିରପ ଯୋଗୁ ୧୪୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଇଥିଲା।

ଏହା ପରେ ଭାରତରୁ ଫାର୍ମାସ୍ୟୁଟିକାଲ ରପ୍ତାନୀର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୨୦୧୯ ଠାରୁ ଭାରତରେ ଘରୋଇ ଉତ୍ପାଦିତ କଫ ସିରପ ଯୋଗୁ ଶିଶୁ ମୃତ୍ୟୁ ପରେ ଏହି ନିର୍ଦ୍ଦେଶନାମା ଆସିଛି। ଗତ ବର୍ଷ ମଧ୍ୟଭାଗରୁ ଗାମ୍ବିଆ, ଉଜବେକିସ୍ତାନ ଏବଂ କାମେରୁନରେ ଭାରତରେ ପ୍ରସ୍ତୁତ ହୋଇଥିବା କଫ ସିରପ ଯୋଗୁ ୧୪୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଇଥିଲା।

Leave A Reply

Your email address will not be published.