ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ବଜରଙ୍ଗ ପୁନିଆ। ଭାରତୀୟ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ କୁସ୍ତି ସଂଘର ନୂଆ ସଭାପତି ସଞ୍ଜୟ ସିଂହଙ୍କୁ ବିରୋଧ କରି ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି।
ପୁନିଆ ପଦ୍ମଶ୍ରୀ ଫେରାଇବା ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରି ବଜରଙ୍ଗ ପୁନିଆ ଲେଖିଛନ୍ତି, ‘‘ମୁଁ ମୋର ପଦ୍କଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀ ଜୀଙ୍କୁ ଫେରାଇ ଦେଉଛି। କହିବାକୁ କେବଳ ମୋର ଏହି ପତ୍ର ଅଛି। ଏହା ହିଁ ମୋର ବିବୃତ୍ତି।’’