ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ବିରୋଧରେ ଥାନାରେ ଏତଲା

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି  ବିବାଦରେ  ବିବେକ ବିନ୍ଦ୍ରା ।  ଅନ୍ତର୍ଜାତୀୟ ପ୍ରେରଣାଦାୟୀ ପ୍ରବକ୍ତା ବା ମୋଟିଭେସନାଲ ସ୍ପିକଟର ବିବେକ ବିନ୍ଦ୍ରାଙ୍କ ବିରୋଧରେ ତାଙ୍କ ପତ୍ନୀ ଏକ ମାମଲା ରୁଜୁ କରିଛନ୍ତି । ପତ୍ନୀ ଅଭିଯୋଗ କରିଛନ୍ତି କି, ବିବେକ ବିନ୍ଦ୍ରା ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ବିବେକ ବିନ୍ଦ୍ରା ଜଣେ ୟୁଟ୍ୟୁବର ସହ ଜଣେ ବଡ ବ୍ୟବସାୟୀ ମଧ୍ୟ ।

୨୦୨୩ ଡିସେମ୍ବର ୬ ତାରିଖରେ ସେ ୟାନିକାଙ୍କୁ ବିବାହ କରିଥିଲେ । ହେଲେ ବାହାଘରର ୧୪ ଦିନ ପରେ ପତ୍ନୀ ୟାନିକା ତାଙ୍କ ବିରୋଧରେ ମାଡପିଟ ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଡ.ବିବେକ ନିଜକୁ ଜଣେ ବ୍ୟବସାୟ ଗୁରୁ ଭାବେ ପ୍ରତିପାଦନ କରନ୍ତି ।

Leave A Reply

Your email address will not be published.