ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାକୁ ପୁଣି ଫେରିଲା କରୋନା। ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି , ଡାକ୍ତରଖାନା ଯାଇନଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ତେବେ ଦେଶକୁ ପୁଣି ଥରେ କରୋନାର ନୂୁଆ ଭାରିଆଣ୍ଟ ଆସିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଆଲର୍ଟ କରିଛନ୍ତି । କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । କେବଳ ଭାରତ ନୁହେଁ ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି ।